ନବବିବାହିତା କିଶୋରୀ ଉଦ୍ଧାର

You are currently viewing ନବବିବାହିତା କିଶୋରୀ ଉଦ୍ଧାର

ଛେଣ୍ତିପଦା: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଦୁର୍ଗାପୁର ଗାଁରୁ ଏକ ନବବାହିତା କିଶୋରୀଙ୍କୁ ଚାଇଲ୍ଡ ଲାଇନ ଅନୁଗୁଳ ଦ୍ଵାରା ଉଦ୍ଧାର କରାଇଯାଇଛି। କିଶୋରନଗର ବ୍ଲକର ଲୁହାମୁଣ୍ଡା ଗ୍ରାମର ଜଣେ ଝିଅ, ଦୁର୍ଗାପୁର ଗ୍ରାମର ଜଣେ ପୁଅକୁ ଭଲପାଉଥିଲା। କିନ୍ତୁ ଝିଅଘର ଏହି ସମ୍ପର୍କ ପାଇଁ ରାଜି ନହୋଇ ଅନ୍ୟଏକ ସ୍ଥାନରେ ଝିଅଟିର ବିବାହ କରିବାପାଇଁ ଚାହିଁଥିଲେ। ଏହି ପରିସ୍ଥିତିରେ ସେଝିଅଟି ଘରୁ ଚାଲିଯାଇ ଭଲପାଉଥିବା ପୁଅ ସହିତ ମଙ୍ଗଳବାର ଅନୁଗୁଳ ବୁଢ଼ୀଠାକୁରାଣୀ ମନ୍ଦିରରେ ଉଭୟେ ବିବାହ କରିଥିଲେ। ଯେହେତୁ ଝିଅଟିକୁ ୧୮ ବର୍ଷ ପୁରିନଥିଲା, ତେଣୁ ଏହି ବିବାହ ବିଷୟରେ ବିଶେଷ ସୂତ୍ରରୁ ଖବରପାଇ ଚାଇଲ୍ଡ ଲାଇନ ଅନୁଗୋଳ ଜିଲ୍ଲା ସଂଯୋଜିକାଙ୍କ ଦ୍ଵାରା, ସୁଶମା ସେଠୀ ସି.ଡ଼ି.ପି.ଓ ଛେଣ୍ଡିପଦା, ସ୍ଥାନୀୟ ଅଙ୍ଗନୱାଡି ସୁପରଭାଇଜର ପ୍ରମୋଦା ସାହୁ , ଜରପଡ଼ା ପୋଲିସ ଓ ଏକ୍ସେସ ଟୁ ଜଷ୍ଟିସ କାର୍ଯ୍ୟକର୍ତ୍ତା ଙ୍କ ସହାୟତାରେ ତାକୁ ଶାଶୁଘରୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ କମିଟିରେ ତାକୁ ଉପସ୍ଥିତ କରଯାଇଥିଲା ଏବଂ ତାକୁ ଅନୁଗୋଳ ସ୍ଥିତ ଏକ ଶିଶୁ ଯତ୍ନ ଅନୁଷ୍ଠାନର ତତ୍ୱାବଧାନରେ ଛଡ଼ା ଯାଇଥିଲା।

Share

Leave a Reply