ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଳକର ବାମୁର ପଞ୍ଚାୟତ ଅନ୍ତର୍ଗତ ବଂଶୀମୁଣ୍ଡା ଗ୍ରାମର ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡିଯାଇଥିବାରୁ ଗ୍ରାମବାସୀ ଦୁଇ ସପ୍ତାହ ହେଲା ଅନ୍ଧାରରେ ରହିଥିବା ଜଣାଯାଇଛି। ଗତ ୧୩ ତାରିଖରୁ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡିଯାଇଥିବା ବେଳେ ଗ୍ରାମବାସୀ ନିକଟସ୍ଥ ବାମୁର ବିଦ୍ୟୁତ ଷ୍ଟ୍ରକଚର ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରିବା ସହିତ ଅଭିଯୋଗ ବାକ୍ସରେ ତିନିଥର ଅଭିଯୋଗ କରିସାରିଛନ୍ତି ତେବେ ଏପର୍ଯ୍ୟନ୍ତ ପୋଡି ଯାଇଥିବା ଟ୍ରାନ୍ସଫର୍ମର ମରାମତି କିମ୍ବା ନୂତନ ଟ୍ରାନ୍ସଫରର୍ମର ବ୍ୟବସ୍ଥା କରାଯାଇ ନଥିବାରୁ ଗ୍ରାମବାସୀ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ହୋଇରହିଛନ୍ତି। ଅଭିଯୋଗ ବାକ୍ସରେ ଅଭିଯୋଗ କଲେ ଆପଣ ନିଶ୍ଚିତ ରୁହନ୍ତୁ, ପୂର୍ଣ୍ଣ ସହାୟତା ଯୋଗାଇ ଦିଆଯିବ ବୋଲି ସମାନ ଉତ୍ତର ମିଳୁଥିବା ବିଦ୍ୟୁତ ଉପଭୋକ୍ତା ଅଭିଯୋଗ କରିଛନ୍ତି। ବିଦ୍ୟୁତ୍ ବିଭାଗର ଅବହେଳା ଓ ଉଦାସୀନତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ। ବଂଶୀମୁଣ୍ଡା ଗ୍ରାମର ୨୫ଜଣ ବିଦ୍ୟୁତ୍ ଉପଭୋକ୍ତ ରହିଥିବାବେଳେ ତୁରନ୍ତ ବିଦ୍ୟୁତ୍ ସେବା ଯୋଗାଣ ପାଇଁ ଉପଭୋକ୍ତାଙ୍କ ତରଫରୁ ଦାବି ହେଉଛି।
ଦୁଇସପ୍ତାହ ହେଲା ଅନ୍ଧାରରେ ବଂଶୀମୁଣ୍ଡା ଗ୍ରାମବାସୀ
- Post published:September 27, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
