ଅନୁଗୁଳ: କଣିହାଁ କୋଇଲା ଖଣି ପ୍ରକଳ୍ପ ଅଫିସ୍ ଠାରେ ଗତ ଶୁକ୍ରବାର ରାତିରେ ଦାଦାବଟି ନଦେବାରୁ ଜଣେ ଟ୍ରକ ଚାଳକଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି । ଦୁର୍ବୃତ୍ତମାନେ ଟ୍ରକ୍ ଚାଳକଙ୍କୁ ଲହୁ ଲୁହାଣ କରି ଦେଇଥିବା ବେଳେ ଏହି ଘଟଣାରେ ପୁଲିସ ରବିବାର ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଫେରାର ଥିବା ବେଳେ ସେମାନଙ୍କୁ ଧରିବାକୁ ପୁଲିସ ତନାଘନା ଚଳାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ତେଲିସିଂହା ଗ୍ରାମର ଶ୍ରବଣ ପ୍ରଧାନ ବୋଲି ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ପ୍ରକାଶ କରିଛନ୍ତି ।ନିର୍ଦ୍ଦିଷ୍ଟ ଏକ ରାଜନୈତିକ ଦଳର କୁଜିନେତାଙ୍କ ପ୍ରରୋଚନାରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଉଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
ଦାଦାବଟି ନଦେବାରୁ ଟ୍ରକ୍ ଚାଳକଙ୍କୁ ଆକ୍ରମଣ
- Post published:April 12, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
