ଅନୁଗୁଳ ଟାଉନ ଥାନା ପରିସରରେ ସମାଜସେବୀ ମହାସଂଘର ସଫେଇ ଓ ବୃକ୍ଷରୋପଣ

You are currently viewing ଅନୁଗୁଳ ଟାଉନ ଥାନା ପରିସରରେ ସମାଜସେବୀ ମହାସଂଘର ସଫେଇ ଓ ବୃକ୍ଷରୋପଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସମାଜସେବୀ ମହାସଂଘ ତରଫରୁ ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଟାଉନ ଥାନା ପରିସରରେ ଆୟୋଜିତ ହୋଇଛି। ଏଥିରେ ଆମ୍ବ, ପଣସ, ଅଁଳା, ପିସ୍ତା ବାଦାମ, ଅଶୋକ, ପିଜୁଳି ଆଦି ଗଛ ଲଗାଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଟାଉନ ଥାନାର ଆଇଆଇସି ଧିରେସ ଦାସ ଓ ବଅଁରପାଳ ଆଇଆଇସି ଦୁଷ୍ମନ୍ତ କୁମାର ସିଂ ଙ୍କ ସହ ଟାଉନ୍ ଥାନାର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ମହାସଂଘ ତରଫରୁ ଆବାହକ ଚିନ୍ମୟୀ ଦାସ, ସଭାପତି ସୁଧାକର ସାହୁ, ଶେଷ ଜୀବନ ସାଥି(ବନ୍ଦା), ମାନବ ସେବାଶ୍ରମ(ଅନୁଗୁଳ), ଜୟ ଜଗନ୍ନାଥ ସ୍ଵେଚ୍ଛାସେବୀ ଅନୁଷ୍ଠାନ(କାଣ୍ଡସର୍), ମାନବ ସେବା ମାଧବ ସେବା ଚାରିଟେବୁଲ୍ ଟ୍ରଷ୍ଟ(ଖଣ୍ଡହତା), ଉତ୍ସର୍ଗ ପରିବାର(ତାଳଚେର ), ମା ଫାଉଣ୍ଡେସନ(ଚୌଦ୍ଵାର ), କୋହିନୂର୍ କ୍ଳବ୍(ବଳରାମପ୍ରସାଦ ) ପ୍ରମୁଖ ଅନୁଷ୍ଠାନ ଯୋଗଦେଇଥିଲେ।

Share

Leave a Reply