ଅନୁଗୁଳ: ସ୍ଥାନୀୟ ଟାଉନ ହଲ ଠାରେ ଆଗାମୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କର ଦକ୍ଷତା ବୃଦ୍ଧି ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ଏହାକୁ ଉଦଘାଟନ କରିବା ସହ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ କିଭଳି ଅତି ଉତ୍ତମ ହୋଇପାରିବ ସେଥିନେଇ ଉପସ୍ଥିତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ସହକାରୀ ଶିକ୍ଷା ଜିଲ୍ଲା ଅଧିକାରୀ ଅଜୟ କୁମାର ପାତ୍ର,ପ୍ରତିଭା ବାରିକ,ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ କୁମାର ଗଡନାୟକ,ଡିଏମଫ ଅଧିକାରୀ ପରୀକ୍ଷିତ ବେହେରା ପ୍ରମୁଖ ଯୋଗ ଦେଇ ମ୍ୟାଟ୍ରିକ ପିଲାଙ୍କର ଫଳାଫଳ କିଭଳି ଭଲ ହୋଇପାରିବ ସେଥିନେଇ ଟିପସ ସହିତ ବିଚାର ଆଲୋଚନା କରିଥିଲେ ୨୬୨ଟି
ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଏହି ବୈଠକରେ ଯୋଗ ଦେଇଥିଲେ।
ମାଟ୍ରିକ ପରୀକ୍ଷାର୍ଥୀଙ୍କ ଦକ୍ଷତା ବୃଦ୍ଧି ନେଇ ପ୍ରସ୍ତୁତି ବୈଠକ
