ଅନୁଗୁଳ: ହିନ୍ଦୁ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ହାଇଦ୍ରାବାଦ ସାଂସଦ ତଥା ଏମଆଇଏମଆଇ ନେତା ଅସଦୁଦ୍ଦିନ୍ ଓବେସି ଦେଇଥିବା ଆପତ୍ତି ଜନକ ମନ୍ତବ୍ୟକୁ ବିରୋଧ କରି ଶୁକ୍ରବାର ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଜିଲ୍ଲା ସଂଯୋଜକ ପ୍ରଭାତ ବାରିକଙ୍କ ନେତୃତ୍ୱରେ ଆୟୋଜିତ ଏକ ପ୍ରତିବାଦ ସଭାରେ ଓବେସିଙ୍କ ଗିରଫ ଓ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏ ଅବସରରେ ଏକ ପ୍ରତିନିଧି ଦଳ ସ୍ଥାନୀୟ ଥାନା ଛକଠାରେ ପ୍ରତିବାଦ କରିବା ସହ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।
ଏଥିରେ ବଜରଙ୍ଗ ଦଳର ସହ ସଂଯୋଜକ ରାହୁଲ ଅନୁରାଗ, ବିଶ୍ବହିନ୍ଦୁ ପରିଷଦର ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ଗଡନାୟକ, ପ୍ରମୋଦ ମୋଦି, ରଞ୍ଜିତ ଦାସ, ଲମ୍ବୋଧର ବେହେରା, ବିଶୁ ସାହୁ ପ୍ରମୁଖ ୫୦ ରୁ ଅଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇ ବିରୋଧ ପ୍ରଦର୍ଶନ କରିଥିଲେ।