ସ୍ଥାୟୀ ନିଯୁକ୍ତି ଦାବିରେ ଟିପିସିଓଡିଏଲ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ

You are currently viewing ସ୍ଥାୟୀ ନିଯୁକ୍ତି ଦାବିରେ ଟିପିସିଓଡିଏଲ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ

ଅନୁଗୁଳ: ବିଦ୍ୟୁତ୍ ବିଭାଗର ଅନୁଗୁଳ ଡିଭିଜନରେ ଦୀର୍ଘ ଦିନରୁ କାର୍ଯ୍ୟରତ ମିଟର ରିଡର, ବିଲ୍ କଲେକ୍ଟରଙ୍କ ସମେତ ସମସ୍ତ ଶ୍ରମିକ, କର୍ମଚାରୀଙ୍କୁ ଟିପିସିଓଡିଏଲ୍‌ରେ ସ୍ଥାୟୀ ନିଯୁକ୍ତ ଦେବା, କୁଶଳୀ ଶ୍ରମିକ ଆଧାରରେ ସରକାରଙ୍କ ନିର୍ଦ୍ଧାରିତ ମଜୁରୀ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରିବା, ଦକ୍ଷତା ଅନୁସାରେ ବାର୍ଷିକ ଵୋନସ୍ ବର୍ଷକୁ ଅତି କମ୍‌ରେ ୫୦୦ଟଙ୍କା ଦରମା ସହିତ ପ୍ରଦାନ କରିବା, କୋଭିଡରୁ ସୁରକ୍ଷା ନିମନ୍ତେ ସମସ୍ତ ପ୍ରକାର କୋଭିଡ୍ ଉପକରଣ ପ୍ରଦାନ କରିବା ଆଦି ଦାବି କରି ଏଆଇୟୁଟିୟୁସି ସହବନ୍ଧିତ ଅନୁଗୁଳ ବାବା ଚମ୍ପେଶ୍ବର ବିଦ୍ୟୁତ୍ କର୍ମଚାରୀ ସଂଘ ନେତୃତ୍ବରେ ଅନୁଗୁଳର ଅମଲାପଡାସ୍ଥିତ ଟିପିସିଓଡିଏଲ୍ ଅଫିସ ସମ୍ମୁଖରେ ଶ୍ରମିକ କର୍ମରୀମାନେ କୋଭିଡ୍ ନିୟମକୁ ପାଳନ କରି ବିକ୍ଷୋଭ ପ୍ରଦର୍ଶନ କରିବାସହ ଏକ ଦାବିପତ୍ର ଟିପିସିଓଡିଏଲ୍ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଥିଲେ । ସୂଚନା ମୁତାବକ ଟିପିସିଓଡିଏଲ୍‌ରେ କାର୍ଯ୍ୟରତ ମିଟର ରିଡର ଓ ବିଲ୍ କଲେକ୍ଟରଙ୍କୁ ନେଇ କାର୍ଯ୍ୟକରୁଥିବା ଠିକାସଂସ୍ଥାର ଅବଧି ସରିଯିବାରୁ ଶ୍ରମିକ କର୍ମଷ୍ଠରୀମାନେ ଛଟେଇ ହୋଇଯାଇଛନ୍ତି ପୁନଃ ନିଯୁକ୍ତି ପାଇଁ ନୂତନ ସଂସ୍ଥା କାର୍ଯ୍ୟ ଆରମ୍ଭ କରିନାହିଁ । ଏଭଳି ସ୍ଥିତିରେ ଟିପିସିଓଡିଏଲ୍‌ରେ ସିଧାସଳଖ ସେମାନଙ୍କୁ ନିଯୁକ୍ତକରି କାର୍ଯ୍ୟ କରିବାକୁ ଦାବି ହେଉଛି। ଶୁକ୍ରବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘର କାର୍ଯ୍ୟକାରୀ ସଭାପତି ମାନସ ପାଳ, ସାଧାରଣ ସମ୍ପାଦକ ଦିପକ ସିଂ, ପ୍ରତାପ ସାବୁ, ସୁକାନ୍ତ ସାହୁ, ରଜତ ମହାନ୍ତି, ଦିଲ୍ଲୀପ ବିଶ୍ଵାଳ, ବାଉରୀବନ୍ଧୁ ବେହେରା, ପ୍ରଫୁଲ୍ଲ ସାହୁ, ରମଣୀରଞ୍ଜନ ବେହେରା, ମନୋଜ ବାରିକ ପ୍ରମୁଖ ସାମିଲ ଥିଲେ।

Share

Leave a Reply