ଅନୁଗୁଳ କଂଗ୍ରେସ ଭବନରେ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ; ମନେପଡ଼ିଲେ ଆଧୁନିକ ଭାରତର ସୂତ୍ରଧର

You are currently viewing ଅନୁଗୁଳ କଂଗ୍ରେସ ଭବନରେ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ; ମନେପଡ଼ିଲେ ଆଧୁନିକ ଭାରତର ସୂତ୍ରଧର

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ କଂଗ୍ରେସ ଭବନଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ରାଜ୍ୟ ଦଳିତ କଂଗ୍ରେସର ସାଧାରଣ ସମ୍ପାଦକ ତପନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳୀୟ ନେତା ଓ କର୍ମୀମାନେ ସ୍ବର୍ଗତ ନେତାଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଅବସରରେ ଆୟୋଜିତ ସ୍ମୃତି ସଭାରେ ରାଜୀବ ଗାନ୍ଧୀଙ୍କ ଜୀବନୀ ଓ ବଳିଦାନ ଉପରେ ଆଲୋଚନା କରାଯାଇଥିଲା। ଅତ୍ୟାଧୁନିକ ତଥା ବିକାଶଶୀଳ ଭାରତ ନିର୍ମାଣ ଏବଂ ପଞ୍ଚାୟତ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାରେ ତାଙ୍କର ଅବଦାନ ଚିର ସ୍ମରଣୀୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଅମୂଲ୍ୟ ବେହେରା, ବିନୋଦ ମାଝୀ, ରାକେଶ ମିଶ୍ର, ସ୍ବରୂପ ମିଶ୍ର, ସଂଗ୍ରାମ କେଶରୀ କୁଅଁର, ରଶ୍ମି ରଞ୍ଜନ ସାହୁ ଓ ସଞ୍ଜୟ ସାହୁଙ୍କ ସମେତ ବହୁ ପ୍ରମୁଖ କର୍ମୀ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ।

Share

Leave a Reply