ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ପିଲାଙ୍କୁ ଟିଉସନରୁ ଆଣିବାକୁ ଯାଉଥିବା ବେଳେ ବାପା ଗୁରୁତର, କଟକ ସ୍ଥାନାନ୍ତର

You are currently viewing ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ପିଲାଙ୍କୁ ଟିଉସନରୁ ଆଣିବାକୁ ଯାଉଥିବା ବେଳେ ବାପା ଗୁରୁତର, କଟକ ସ୍ଥାନାନ୍ତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଆଜି ସନ୍ଧ୍ୟାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି।

ସୂଚନା ମୁତାବକ, ଅନୁଗୁଳ ବ୍ଲକ ବସଲା ଗ୍ରାମର ବରୁଣ ସାହୁ (୩୮) ନିଜ ପିଲାଙ୍କୁ ଟିଉସନରୁ ଆଣିବାକୁ ଯାଉଥିଲେ। ଏହି ସମୟରେ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଶ୍ରୀରାମପୁର ନିକଟସ୍ଥ ନାୟାର ପେଟ୍ରୋଲ ପମ୍ପ ସାମ୍ନାରେ ବିପରୀତ ଦିଗରୁ ଆସୁଥିବା ବେଡ଼ାଶାସନ ଗ୍ରାମର ଧୀରଜ ଦ୍ଵିବେଦୀ (୩୫)ଙ୍କ ବାଇକ ସହ ତାଙ୍କର ସମ୍ମୁଖୀନ ଧକ୍କା ହୋଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ବରୁଣଙ୍କୁ ପ୍ରଥମେ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷରେ, ଧୀରଜ ଓ ତାଙ୍କ ସହ ଥିବା ତାଙ୍କ ପତ୍ନୀ ଏହି ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଅଞ୍ଚଳରେ ଏହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

Share

Leave a Reply