ରାଣୀଗୋଡାରେ ଗ୍ରାମେଶ୍ଵରୀ ମା’ ବଗାଧରଙ୍କ ପୂଜା

You are currently viewing ରାଣୀଗୋଡାରେ ଗ୍ରାମେଶ୍ଵରୀ ମା’ ବଗାଧରଙ୍କ ପୂଜା

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ରାଣୀଗୋଡା ଗାଁରେ ବୁଧବାର ଗ୍ରାମେଶ୍ଵରୀ ମା’ ବଗାଧରଙ୍କ ପୂଜା ଓ କୁମାର ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ଗ୍ରାମବାସୀଙ୍କ ମିଳିତ ସହଯୋଗରେ କୋଭିଡ କଟକଣାକୁ ନଜରରେ ରଖି ନିରାଡମ୍ବର ଭାବରେ ଗ୍ରାମେଶ୍ଵରୀଙ୍କ ବାର୍ଷିକ ପୂଜା ଓ କୁମାର ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଥିଲା। ଗାଁର ସାମନ୍ତ ସାହିରେ ଥିବା ଗ୍ରାମେଶ୍ଵରୀଙ୍କ ଦିଅଁ ଘରେ ଥିବା ମା’ଙ୍କ ସୁସଜ୍ଜିତ ବିଜେ ପ୍ରତିମା “ଆଲମ”କୁ ଘଣ୍ଟ ଘଣ୍ଟା ଖୋଳ, କରତାଳ, ଢୋଲ, ମହୁରୀ ବାଦ୍ୟର ଏକ ନିରାଡ଼ମ୍ବର ଶୋଭା ଯାତ୍ରାରେ ଗ୍ରାମ ପରିକ୍ରମା କରା ଯାଇଥିଲା। ଅପରାହ୍ନରେ ଠାକୁରାଣୀଙ୍କୁ ତାଙ୍କ ସ୍ଥାୟୀ ପୀଠରେ ବିଜେ କରାଯିବା ପରେ ପୂଜକ ଭାଗିରଥି ଦେହୁରୀ ଏବଂ ସହଯୋଗୀ ପୂଜକ ମାନଙ୍କ ଦ୍ଵାରା ପ୍ରଥମେ ମାର୍ଜନା କରଯାଇ ପରେ ବିଧି ଅନୁଯାୟୀ ପ୍ରଥମ ପୂଜାନୀତି ସମ୍ପର୍ଣ୍ଣ କରା ଯାଇଥିଲା। ରାତିରେ ବିଧି ଅନୁସାରେ ମା’ଙ୍କ ବଡ଼ ପୂଜା ସମ୍ପନ୍ନ କରାଯାଇଥିଲା। ମା’ଙ୍କ ଏହି ପୂଜାକୁ ଗାଁର ମୂରବୀ ଦୁର୍ଗା ଚରଣ ଦାସ, ପୁର୍ଣ୍ଣ ଚନ୍ଦ୍ର ଦାସ, ଉତ୍ସବ ବେହେରା , ବାଙ୍କ ବିହାରୀ ଦାସଙ୍କ ସମେତ ଅନ୍ୟମାନେ ପୂଜା ପରିଚାଳନାରେ ସହଯୋଗ କରିଥିଲେ।

Share

Leave a Reply