ଚାକରାଣୀଙ୍କୁ ଗଣବଳାତ୍କାର, ଘର ମାଲିକ ଗିରଫ

You are currently viewing ଚାକରାଣୀଙ୍କୁ ଗଣବଳାତ୍କାର, ଘର ମାଲିକ ଗିରଫ

ଅନୁଗୁଳ: ତାଳଚେର ବିକ୍ରମପୁର ଥାନା ଅଞ୍ଚଳରେ ଚାକରାଣୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୁଲିସ ଗୃହକର୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ଗୃହକର୍ତାଙ୍କ ଦୁଇ ସହଯୋଗୀ ଫେରାର୍ ଥିବା ଜଣାପଡ଼ିଛି। ଏହି ଘଟଣା ଏଫ୍‌ସିଆଇ ବିକ୍ରମପୁର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଏଫ୍‌ସିଆଇ ପ୍ରଗତିନଗର ଅଞ୍ଚଳରେ ଭଡ଼ାରେ ରହୁଥିବା ଜଣେ ମହିଳା (୪୧) ଅବିନାଶ ପ୍ରଧାନ ନାମକ ବ୍ୟକ୍ତିଙ୍କ ଘରେ ଚାକରାଣୀ ଭାବେ କାର୍ଯ୍ୟ କରୁଥିଲେ। ତେବେ ଗୃହ ମାଲିକ ତାଙ୍କୁ ନାନା ପ୍ରଲୋଭନ ଦେଖାଇ ତାଙ୍କର ଅନ୍ୟ ଦୁଇଜଣ ସାଥୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ଏହାର ଭିଡ଼ିଓ ରେକର୍ଡିଂ କରି ଭାଇରାଲ କରିଥିଲେ ବୋଲି ପୀଡ଼ିତା ମହିଳା ଗତ ୩୦ ତାରିଖରେ ବିକ୍ରମପୁର ଥାନାରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ପୁଲିସ ଏକ କେସ୍ ରୁଜ୍ଜୁ କରିବା ସହ ଅବିନାଶ ପ୍ରଧାନକୁ ଗିରଫ କରିଥିଲା। ଅଭିଯୁକ୍ତ ଓ ପୀଡ଼ିତାର ଡାକ୍ତରୀମାଇନା କରାଯାଇଥିଲା ବେଳେ ଗତକାଲି ଅବିନାଶକୁ କୋଚାଲାଣ କରାଯାଇଛି। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ବିକ୍ରମପୁର ଥାନା ଅଧିକାରିଣୀ ଯାଜ୍ଞସେନୀ ପ୍ରଧାନ କହିଛନ୍ତି।

Share

Leave a Reply