ଆକାଶରୁ ନିଆଁ ବର୍ଷୁଛି: ତାଳଚେରରେ ୩୫ ଡିଗ୍ରୀ ରେକର୍ଡ

You are currently viewing ଆକାଶରୁ ନିଆଁ ବର୍ଷୁଛି: ତାଳଚେରରେ ୩୫ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର: ସାରା ରାଜ୍ୟରେ ଅସମ୍ଭାଳ ତାତି। ଆକାଶରୁ ନିଆଁ ବର୍ଷୁଛି। ଆଜି ସକାଳୁ ଆରମ୍ଭ ହୋଇଯାଇଛି ଅସହ୍ୟ ତାତି। ସକାଳ ସାଢ଼େ ୮ଟା ସୁଦ୍ଧା ତାଳଚେରରେ ତାପମାତ୍ରା ୩୫ ଡିଗ୍ରୀ ରହିଥିବା ବେଳେ ଭବାନୀପାଟଣା ୩୪.୫, ଟିଟିଲାଗଡ଼ ୩୩.୪, ଝାରସୁଗୁଡ଼ା ଓ ବାରିପଦାରେ ୩୩ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ବାଲେଶ୍ୱରରେ ତାପମାତ୍ରା ୩୨.୨ ଓ ଭୁବନେଶ୍ୱରରେ ୩୧.୮ ଡିଗ୍ରୀ ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଅତି ଭୀଷଣ ଗ୍ରୀଷ୍ମଲହରୀ ନେଇ ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତାକାଲି ବି ଜାରି ରହିବ ଗ୍ରୀଷ୍ମଲହରୀ। ଗ୍ରୀଷ୍ମଲହରୀ ପାଇଁ ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୨୩ତାରିଖ ପରେ ତାତିରେ ଲାଗିପାରେ ସାମାନ୍ୟ ବ୍ରେକ।

Share

Leave a Reply