ବ୍ୟବସାୟୀଙ୍କ ଏକାଉଣ୍ଟରୁ ୧.୮୧ ଲକ୍ଷ ଟଙ୍କା ଗାଏବ

You are currently viewing ବ୍ୟବସାୟୀଙ୍କ ଏକାଉଣ୍ଟରୁ ୧.୮୧ ଲକ୍ଷ ଟଙ୍କା ଗାଏବ

ଅନୁଗୁଳ:ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଅନ୍ତର୍ଗତ ଗୋବରା ଇଲାକାର ଜଣେ ପେଟ୍ରୋଲ୍ ପମ୍ପ ବ୍ୟବସାୟୀଙ୍କର ଆକାଉଣ୍ଟରୁ ୧ ଲକ୍ଷ ୮୧ ହଜାରଟଙ୍କା ଗାଏବ ହୋଇଯାଇଥିବା ପୁଲିସ୍ ନିକଟରେ ଶନିବାର ଅଭିଯୋଗ ହୋଇଛି। ଗୋବରାରେ ଥିବା ପେଟ୍ରୋଲ୍‌ ପମ୍ପର ପରିଚାଳକ ବିନୋଦ ସ୍ବାଇଁ ତାଙ୍କ ଏକାଉଣ୍ଟରୁ ୧୦ ହଜାର ଟଙ୍କା ଲେବର ପେମେଣ୍ଟ ଦେବା ପାଇଁ ଡଅଁରା ଗ୍ରାମର ସୁଧର୍ମା ସାହୁଙ୍କୁ ପେଟିଏମ୍‌ରେ ପଠାଇଥିଲେ। ତେବେ ତାଙ୍କର ୧୦ ହଜାର ଟଙ୍କା ଏକାଉଣ୍ଟରୁ କରିବା ପରିବର୍ତ୍ତେ ୧ ଲକ୍ଷ ୮୧ ହଜାର ଟଙ୍କା କଟି ଯାଇଥିବା ମେସେଜ୍‌ ଆସିଥିଲା। ସେ ଏ ନେଇ ତୁରନ୍ତ ସାଉଥବଲଣ୍ଡା ସ୍ଥିତ ଜଗନ୍ନାଥ ଷ୍ଟେଟ୍ ବ୍ୟାଙ୍କ ଶାଖାରେ ଏହି ଟଙ୍କା କଟିଥିବା ନେଇ ଜଣାଇଥିଲେ ଏବଂ ଏହି ଟଙ୍କା ଗାଏବ ଘଟଣା ନେଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ବିକ୍ରମପୁର ଥାନା ପୁଲିସ୍ ଏକ ମାମଲା ରୁଜୁ କରିଥିବା ଘଟଣାର ତଦନ୍ତ ଚଳାଇଛି।

Share

Leave a Reply