ସାଇବର ଠକେଇରେ ଚାଲିଗଲା ୨୯ ହଜାର ଟଙ୍କା

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗାଁର ସୁରେଶ ପ୍ରସାଦ ସିଂଙ୍କ ଏକାଉଣ୍ଟରୁ ସାଇବର ଠକେଇରେ ୨୯ ହଜାର ୯ଶହ ଟଙ୍କା ଚାଲିଯାଇଛି। ସୂଚନା ଅନୁଯୟୀ, ସୁରେଶଙ୍କ ଫୋନ୍‌ପେ ଏକାଣ୍ଟରୁ ଟଙ୍କା ପଠାଯାଇପାରୁନଥିଲେ। ଏ ନେଇ ସେ ଫୋନ୍‌ପେ ଗ୍ରାହକ ସେବା କେନ୍ଦ୍ରକୁ ଫୋନ୍ କରିଥିଲେ। ଗ୍ରାହକ ସେବା କେନ୍ଦ୍ରର ପ୍ରତିନିଧି ତାଙ୍କୁ କହିଥିଲେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଠିକ୍ ହୋଇଯିବ। କିନ୍ତୁ ଏହାର କିଛି ଦିନପରେ ଏକ ଫୋନ୍ କଲ ଆସିଲା ଯେ, ପୁରୁଣା ଫୋନ୍‌ପେ ଆପ୍‌କୁ ଡିଲିଟକର। ନୂଆ ଫୋନ୍‌ପେଆ ଆପ୍ ଡାଉନ୍ଲୋଡ କର। ସେହି ଅନୁସାରେ ସୁରେଶ କାମ କରିଚାଲିଲେ। ଏହାପରେ ତାଙ୍କ ଏକାଉଣ୍ଟ ରୁ ହଠାତ୍ ୨୯ ହଜାର ୯ଶହ ଟଙ୍କା ଚାଲିଗଲା। ଏ ନେଇ ସୁରେଶ ବୁଧବାର ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.

error: Content is protected !!