ସିନିଅର ରାଜ୍ୟ ରାଙ୍କିଙ୍ଗ ବ୍ୟାଡ଼ମୀଣ୍ଟନ ଟୁର୍ନାମେଣ୍ଟ ଉଦ୍ଘାଟିତ

You are currently viewing ସିନିଅର ରାଜ୍ୟ ରାଙ୍କିଙ୍ଗ ବ୍ୟାଡ଼ମୀଣ୍ଟନ ଟୁର୍ନାମେଣ୍ଟ ଉଦ୍ଘାଟିତ

ଅନୁଗୋଳ: ଓଡିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ଏସୋସିଏସନ ତଥା ଅନୁଗୋଳ ଜିଲ୍ଲା ୟୁନାଇଟେଡ଼ ବ୍ୟାଡ଼ମୀଣ୍ଟନ ଏସୋସିଏସନ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ରାଜ୍ୟ ସିନିଅର ରାଜ୍ୟ ବ୍ୟାଡ଼ମୀଣ୍ଟନ ରାଙ୍କିଙ୍ଗ ଟୁର୍ନାମେଣ୍ଟ ଆଜି ବିଜୁ ପଟ୍ଟନାୟକ ଇଣ୍ଡୋର ବ୍ୟାଡ଼ମୀଣ୍ଟନ ହଲ ଠାରେ ଉଦଘାଟିତ ହୋଇଯାଇଛି l ଅନୁଗୋଳ ଜିଲ୍ଲା ଯୁନାଇଟେଡ଼ ବ୍ୟାଡ଼ମୀଣ୍ଟନ ସଂଘର ସଭାପତି ଶିବ ପ୍ରସାଦ ଦାସ ଙ୍କର ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଳଲହଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ,ମ୍ୟାଚ ରେଫରୀ ବିଜୟ କୁମାର ବାଗ, ଟିଓ କୋରଡିନେଟର ଲକ୍ଷପତି ନନ୍ଦ, ଟୁର୍ନାମେଣ୍ଟ ଡାଇରେକ୍ଟର ଅଜିତ ମହାନ୍ତି, ଟୁର୍ନାମେଣ୍ଟ ଅବଜର୍ଭର ପ୍ରୀତପାଲ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ସଂଘର ଉପସଭାପତି ନୀଳାଞ୍ଚଳ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଅନ୍ୟତମ ଉପସଭାପତି ସରୋଜ ସାହୁ ଓ କୋଷାଧକ୍ଷ ସ୍ୱାଧୀନ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଜିଲ୍ଲା ସଂଘର ର ସମ୍ପାଦକ ସୁଧୀର କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିବା ସହ ଏହାର ସଫଳତା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ l

ଏହି ରାଜ୍ୟ ସ୍ତରୀୟ ରାଙ୍କିଙ୍ଗ ଟୁର୍ନାମେଣ୍ଟ ତିନିଦିନ ଧରି ଚାଲିବ। ପୁରୁଷ ଓ ମହିଳା ଉଭୟ ବିଭାଗରେ ସିଙ୍ଗିଲ୍ସ, ଡବଲସ ଓ ମିକ୍ସଡ ଡବଲସ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ l ଓଡିଶା ରାଜ୍ୟ ବ୍ୟାଡ଼ମୀଣ୍ଟନ ଆସୋସିଏସନର ଅମ୍ପାୟାର ମାନେ ଏହି ରେଙ୍କିଙ୍ଗ ଟୁର୍ନାମେଣ୍ଟ ପରିଚାଳନା କରୁଛନ୍ତି। ଏହି ଅବସରରେ ଅନେକ କ୍ରୀଡା ପ୍ରେମୀ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l

Share

Leave a Reply