ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଜେପି ଯୁବ ମୋର୍ଚ୍ଚାର ସଭାପତି ଭାବେ ବିଜେପି ଯୁବନେତା ସିଦ୍ଧାର୍ଥ ରାଉତରାୟଙ୍କ ନାମ ଘୋଷଣା କରାଯାଇଛି।
କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ବିଜେପି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ଆଜି ନୂତନ ଯୁବ ମୋର୍ଚ୍ଚା ବିଜେପି ଜିଲ୍ଲା ସଭାପତି ଭାବେ ସିଦ୍ଧାର୍ଥ ରାଉତରାୟଙ୍କ ନାମ ଘୋଷଣା କରିଛନ୍ତି। ପୂର୍ବରୁ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଥିବା ସୁଦୀପ୍ତ ସ୍ୱାଇଁଙ୍କୁ ଯୁବ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀକୁ ମନୋନୀତ ହେବା ପରେ ନୂତନ ସଭାପତିଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା ହୋଇଛି।
ଅନୁଗୁଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସଭାପତି ହେଲେ ସିଦ୍ଧାର୍ଥ ରାଉତରାୟ
