ଏସଏଚଜି ମହିଳାଙ୍କ ଟଙ୍କା ହଡ଼ପ ଅଭିଯୋଗ: ବ୍ଲକ ଘେରିଲେ ଶତାଧିକ ମିଶନ ଶକ୍ତି ଗୋଷ୍ଠୀ

You are currently viewing ଏସଏଚଜି ମହିଳାଙ୍କ ଟଙ୍କା ହଡ଼ପ ଅଭିଯୋଗ: ବ୍ଲକ ଘେରିଲେ ଶତାଧିକ ମିଶନ ଶକ୍ତି ଗୋଷ୍ଠୀ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ପରାବିଲ୍ ପଞ୍ଚାୟତରେ ମିଶନ ଶକ୍ତି ମହିଳା ସ୍ଵୟଂ ସଂଘ ଗୋଷ୍ଠୀଙ୍କ ନାମରେ ଆସୁଥିବା ଟଙ୍କା ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି ମଙ୍ଗଳବାର କଣିହାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଏସଏଚଜି ମହିଳା ଧାରଣାରେ ବସିଥିଲେ।
ସୂଚନା ମୁତାବକ, ପଞ୍ଚାୟତରେ ଥିବା ୩୨ ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ନାମରେ ଆସୁଥିବା ଅନୁଦାନକୁ ସିଆରପି, ଏମବିକେ ଓ ମିଶନ୍ ଶକ୍ତି ଅଧିକାରୀ ମିଳିମିଶି ଟଙ୍କା ହଡ଼ପ କରିବା, ନୂତନ ଭାବରେ ପଞ୍ଚାୟତରେ ନିଯୁକ୍ତ ପାଇଥିବା ସିଆରପି, ଏମବିକେ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ବରଖାସ୍ତ କରି ନିୟମ ଅନୁଯାୟୀ ନିଯୁକ୍ତି କରିବା ଆଦି ଦାବି ନେଇ ପୂର୍ବାହ୍ନ ୧୧ ରୁ ବସିଥିଲେ। ଅପରାହ୍ନ ୪ଟା ବେଳେ ବିଡିଓ ଦେବଦତ୍ତ ପ୍ରଧାନ ଆସି ଏକ ଘଣ୍ଟା ଧରି ଆଲୋଚନା କରି ଆଗାମୀ ୨୫ ତାରିଖ ସୁଦ୍ଧା ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ଧାରଣାରୁ ଉଠିଥିଲେ।

Share

Leave a Reply