ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ଇଲାକା ପିଢ଼ଖମଣ ଗ୍ରାମରେ ଗତ ଶନିବାର ରାତିରେ ଚୋରି ହୋଇଛି। ଦୁବୃର୍ତ୍ତ ଗ୍ରାମର ରତ୍ନାକର ସାହୁଙ୍କ ଘରେ ପଶି ନଗଦ ୫ ହଜାର ଟଙ୍କା ସହ ବହୁ ଆସବାବପତ୍ର ବୋହି ନେଇଛନ୍ତି। ଏନେଇ ନିଶା ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ ପରେ ପୁଲିସ୍ ତଦନ୍ତ ଜାରି ରଖିଛି। ପୁଲିସ୍ ସୂଚନା ମୁତାବକ, ରତ୍ନାକର ଗାଁ ପାଖରେ ଥିବା ଏକ ଶିଳ୍ପସ˚ସ୍ଥାରେ କାମ କରନ୍ତି। ଘର ପାଖରେ ତାଙ୍କର ଏକ ଦୋକାନ ମଧ୍ଯ ରହିଛି। ଗତ ଶନିବାର ରାତି ଡ୍ୟୁଟି ଥିବାରୁ ରତ୍ନାକର ପ୍ଲାଣ୍ଟକୁ ଯାଇଥିଲେ। ତାଙ୍କ ପତ୍ନୀ ଓ ଝିଅ ଦୋକାନ ଘରେ ଶୋଇଥିବା ବେଳେ ଘରେ ତାଙ୍କ ବୃଦ୍ଧ ବାପା ଶୋଇଥିଲେ। ରାତିରେ କିଛି ଦୁର୍ବୃତ୍ତ ଘରର ପାଚେରୀ ଡେଇଁ ଘରୁ ୫ ହଜାର ଟଙ୍କା, ଦାମୀ ଶାଢ଼ୀ, ପିଲାଙ୍କ କିଛି ପୋଷାକ ସହ ବହୁ ଆସବାବପତ୍ର ଧରି ଚମ୍ପଟ ମାରିଥିଲେ। ସକାଳେ ଘରୁ ଚୋରି ହୋଇଥିବା ନେଇ ଜାଣିବା ପରେ ରତ୍ନାକର ଥାନାରେ ଅଭିଯୋଗ କରିଛନ୍ତି।
ଘରେ କଳାକନା ବୁଲାଇଲେ
- Post published:February 2, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal

Tags: Angul