ଜୀବଦୟା କାର୍ଯ୍ୟକ୍ରମ: ଅନୁଗୁଳ ବନଖଣ୍ଡରେ ସଫଳ କମ୍ବିଂ ଅପରେସନ

You are currently viewing ଜୀବଦୟା କାର୍ଯ୍ୟକ୍ରମ: ଅନୁଗୁଳ ବନଖଣ୍ଡରେ ସଫଳ କମ୍ବିଂ ଅପରେସନ

ଅନୁଗୁଳ: ବନ୍ୟପ୍ରାଣୀ ସୁରକ୍ଷା ଓ ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ଅନୁଗୁଳ ବନଖଣ୍ଡ ପକ୍ଷରୁ କରାଯାଇଥିବା ଏକ ବଡ଼ ଅଭିଯାନ ସଫଳ ହୋଇଛି। ଗତ ମେ ୫ରେ ‘ଜୀବଦୟା’ କାର୍ଯ୍ୟକ୍ରମ ଅଧୀନରେ ଅନୁଗୁଳ ବନଖଣ୍ଡର ସମସ୍ତ ରେଞ୍ଜରେ ଏକ ବ୍ୟାପକ କମ୍ବିଂ ଅପରେସନ ଅନୁଷ୍ଠିତ ହୋଇଛି। ଅନୁଗୁଳ ବନଖଣ୍ଡ ଅଧିକାରୀଙ୍କ (DFO) ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସ୍ୱତନ୍ତ୍ର ଅଭିଯାନ ପରିଚାଳିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ବିଭାଗର ସମସ୍ତ ରେଞ୍ଜ ଅଫିସର, ଫରେଷ୍ଟର, ବନରକ୍ଷୀ, ସ୍କ୍ୱାଡ୍ ସଦସ୍ୟ ଏବଂ ଗଜ ମିତ୍ରମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ମୁଖ୍ୟତଃ ଶିକାରୀଙ୍କ ପ୍ରାଦୁର୍ଭାବ ରୋକିବା, ବନ୍ୟଜନ୍ତୁ ଶିକାର, ଜଙ୍ଗଲ ଜମି ଜବରଦଖଲ ଏବଂ ବେଆଇନ କାଠ ଚୋରା ଚାଲାଣ ଉପରେ କଡ଼ା ନଜର ରଖିବା ପାଇଁ ଏହି ଅପରେସନ କରାଯାଇଛି। ଏଥିସହ ବନ୍ୟପ୍ରାଣୀଙ୍କ ମଧ୍ୟରେ କୌଣସି ସଂକ୍ରାମକ ରୋଗର ବ୍ୟାପିଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଇଛି।
ଏହି ପଦକ୍ଷେପ ବୈଜ୍ଞାନିକ ପରିଚାଳନା ଏବଂ ଜୈବ ବିବିଧତାର ସୁରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଜଙ୍ଗଲର ସନ୍ତୁଳନ ରକ୍ଷା ପାଇଁ ଦିନରାତି କାମ କରୁଥିବା ବନ ବିଭାଗର ଏହି ‘ସବୁଜ ଯୋଦ୍ଧା’ ବା ଗ୍ରୀନ୍ ୱାରିୟର୍ସମାନଙ୍କ ନିଷ୍ଠାକୁ ସାଧାରଣରେ ପ୍ରଶଂସା କରାଯାଇଛି।

Share

Leave a Reply