ପେଟ୍ରୋଲ-ଡିଜେଲ କଳାବଜାର ଓ ଦରବୃଦ୍ଧି ବିରୋଧରେ SUCIର ବିକ୍ଷୋଭ: ଆନ୍ଦୋଳନ ଚେତାବନୀ

You are currently viewing ପେଟ୍ରୋଲ-ଡିଜେଲ କଳାବଜାର ଓ ଦରବୃଦ୍ଧି ବିରୋଧରେ SUCIର ବିକ୍ଷୋଭ: ଆନ୍ଦୋଳନ ଚେତାବନୀ

ଅନୁଗୁଳ: ପେଟ୍ରୋଲ ଓ ଡିଜେଲର କୃତ୍ରିମ ଅଭାବ, କଳାବଜାର ଓ ଦରବୃଦ୍ଧି ବିରୋଧରେ ଆଜି ଅନୁଗୁଳ ରାଜା ଛକରେ SUCI (କମ୍ୟୁନିଷ୍ଟ) ଜିଲ୍ଲା କମିଟି ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କମିଟି ସଭ୍ୟ ନବକିଶୋର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବକ୍ତାମାନେ ଅଭିଯୋଗ କରିଛନ୍ତି ଯେ କୃତ୍ରିମ ଅଭାବ ଯୋଗୁଁ ଲୋକମାନେ ପେଟ୍ରୋଲ ପମ୍ପରେ ଖରାରେ ଘଣ୍ଟା ଘଣ୍ଟା ଠିଆ ହେବା ପରେ ବି ତେଲ ପାଉନାହାନ୍ତି। କେନ୍ଦ୍ର ଓ ରାଜ୍ୟର “ଡବଲ ଇଞ୍ଜିନ” ବିଜେପି ସରକାରରେ ଜନସାଧାରଣ ହଇରାଣ ହେଉଛନ୍ତି ବୋଲି ସେମାନେ କହିଛନ୍ତି।

ପେଟ୍ରୋଲ-ଡିଜେଲର କଳାବଜାର ଓ ଦରବୃଦ୍ଧି ତୁରନ୍ତ ବନ୍ଦ କରି ଯୋଗାଣ ସ୍ୱାଭାବିକ କରାଯାଉ, NEET ପ୍ରଶ୍ନପତ୍ର ଲିକ୍ ଘଟଣାର ଅଭିଯୁକ୍ତଙ୍କୁ କଠୋର ଦଣ୍ଡ, ପରୀକ୍ଷା ପରିଚାଳନା ସଂସ୍ଥା NTAକୁ ବାତିଲ ଆଦି ମୁଖ୍ୟ ଦାବି କରିଛନ୍ତି।

ସଭାରେ ରାଜ୍ୟ କମିଟି ସଭ୍ୟ ପ୍ରହ୍ଲାଦ ଚନ୍ଦ୍ର ସାହୁ, ଜୟସେନ ମେହେର ଏବଂ ଜିଲ୍ଲା କମିଟି ସଭ୍ୟ ତୀର୍ଥବାସୀ ଭୋଇ, ମାନସ ପାଳ, ସଞ୍ଜୟ ସାହୁ, ରଣଜିତ ପ୍ରଧାନ, ପରମାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ବକ୍ତାମାନେ କହିଛନ୍ତି, ତିନି ବର୍ଷରେ ଦୁଇଥର NEET ପ୍ରଶ୍ନପତ୍ର ଲିକ୍ ହେବା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଅପାରଗତା। NTA ଲକ୍ଷ ଲକ୍ଷ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି। SUCI ନେତାମାନେ ଚେତାବନୀ ଦେଇଛନ୍ତି ଯେ ଯଦି ପେଟ୍ରୋଲ-ଡିଜେଲର କଳାବଜାର ଓ ଦରବୃଦ୍ଧି ବନ୍ଦ ନ ହୁଏ, ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ।

Share

Leave a Reply