ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ଆଜି ହୋଟେଲ ଓ ଫଳ ଦୋକାନ ଉପରେ ଚଢ଼ଉ କରିଛି ଜିଲ୍ଲା ପ୍ରଶାସନ। ସହକାରୀ ଜିଲ୍ଲାପାଳ ପୁଷ୍ପିତା ମଧୁମତୀ ଦେହୁରୀଙ୍କ ନେତୃତ୍ୱରେ ଖାଦ୍ୟ ନିରାପତ୍ତା ଅଧିକାରୀ, ଯୋଗାଣ ଅଧିକାରୀ, ଓଜନ ଓ ମାପ ଅଧିକାରୀ, ପୋଲିସ ଅଧିକାରୀଙ୍କ ସହଯୋଗରେ ଏହି ଚଢ଼ଉ କରାଯାଇଥିଲା। ହାତତୋଟାର ହୋଟେଲ, ଫାଷ୍ଟଫୁଡ ଦୋକାନ, ଫଳ ଦୋକାନରେ ଚଢ଼ଉ କରି ବିଭାଗ ପକ୍ଷରୁ ୯ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି। ଏଥିସହ ଅସ୍ୱାସ୍ଥ୍ୟକର ପରିବେଶ, ବାସି ଓ ରାସାୟନିକ ରଙ୍ଗ ଯୁକ୍ତ ଖାଦ୍ୟ ପାଇଁ ୪୩ ହଜାର ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଇଛି। ଆଗକୁ ଯଦି ପୁଣି ଖାଦ୍ୟ ଅପମିଶ୍ରଣ କରାଯାଏ ତେବେ ସମ୍ପୃକ୍ତ ଦୋକାନୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସହକାରୀ ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି।
ଜିଲ୍ଲା ପ୍ରଶାସନ ପକ୍ଷରୁ ଖାଦ୍ୟ ଦୋକାନରେ ଚଢ଼ଉ, ଅପମିଶ୍ରଣ ଓ ଅନ୍ୟାନ୍ୟ ନିୟମ ଉଲ୍ଲଂଘନ ପାଇଁ ୪୩ ହଜାର ଟଙ୍କା ଜରିମାନା ଆଦାୟ
- Post published:January 17, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau





