ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

You are currently viewing ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

ଅନୁଗୁଳ: ଗୁରୁବାର ଅତିରିକ୍ତ ଜିଲ୍ଲା ଓ ସେସନ୍‌ ଜଜ୍‌ ଫାଷ୍ଟ ଟ୍ରାକ୍‌ କୋର୍ଟ ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ସୂଚନା ମୁତାବକ, ୭. ୧. ୨୦୨୪ ଦିନ ଚାରିଟାରେ ଜଣେ ୩ ବର୍ଷର ଭିନ୍ନକ୍ଷମ ନାବାଳିକା ନିଜ ଘର ଅଗଣାରେ ଖେଳୁଥିଲା। ସେହି ସମୟରେ ଝାଣ୍ଟିପାଳ ଗ୍ରାମର ଚନ୍ଦନ ମାଝୀ ନାବାଳିକାକୁ ନେଇ ନିକଟସ୍ଥ ସାଗୁଆନ ବାରିକୁ ନେଇ ଦୁଷ୍କର୍ମ କରିଥିଲା। ଝିଅର ଚିତ୍କାର ଶୁଣି ନାବାଳିକାର ମା’ ଘଟଣାସ୍ଥଳକୁ ଯାଇ ଝିଅକୁ ଉଦ୍ଧାର କରିଥିଲେ। ଏନେଇ ସେ ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ଅଭିଯୋଗ ଆଧାରରେ ଶିଳ୍ପାଞ୍ଚଳ ଥାନା ପୁଲିସ ଦଫା ୩୭୬(ଏବି), ୬ ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ଚନ୍ଦନ ମାଝୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ଫାଷ୍ଟ ଟ୍ରାକ କୋର୍ଟ ଜଜ୍‌ ବିରଞ୍ଚି ନାରାୟଣ ମିଶ୍ର ମାମଲାର ଶୁଣାଣି କରି ୧୧ଜଣ ସାକ୍ଷୀ ପ୍ରମାଣ ଆଧାରରେ ଅଭିଯୁକ୍ତ ଚନ୍ଦନ ମାଝୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।ଏଥିସହ ୨୫ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୧ବର୍ଷ ଜେଲଦଣ୍ଡ ଶୁଣାଣି କରିଛନ୍ତି। ତତସହ ପୀଡ଼ିତାକୁ ୬ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ଅର୍ଥ ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସ୍ପେଶାଲ ପିପି ପ୍ରଦୀପ କୁମାର ଭୂତିଆ ମାମଲା ପରିଚାଳନା କରିଥିଲେ।

Share

Leave a Reply