ଛାତ୍ର କଂଗ୍ରେସର ଦାବିପତ୍ର , କିସ୍ତିରେ ଆଦାୟ ହେଉ ବକେୟା ବିଦ୍ୟୁତ୍ ବିଲ

0

ଅନୁଗୁଳ: କରୋନା କାଳରେ ବକେୟା ବିଦ୍ୟୁତ୍ ବିଲ୍ ଆଦାୟରେ ଜୋରଜବରଦସ୍ତି ନୀତି ଆପଣାଇଛି ଟିପିସିଓଡ଼ିଏଲ । ବିନା ନୋଟିସ୍‌ରେ ଗ୍ରାହକଙ୍କ ଘରେ ପହଞ୍ଚି ଜୁଲମ୍ କରୁଛନ୍ତି ବିଦ୍ୟୁତ୍ କର୍ମଚାରୀ । ବିଦ୍ୟୁତ୍ ବିଲ୍ ଦେବାକୁ ଅକ୍ଷମତା ପ୍ରକାଶ କଲେ ସାଧାରଣ ଲୋକଙ୍କ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଉଛି । ଟିପିସିଓଡ଼ିଏର ଏହି ମନମାନିକୁ ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ ବିରୋଧ କରିଛି । ଏ ସଂକ୍ରାନ୍ତରେ ଛାତ୍ର କଂଗ୍ରେସର କର୍ମକର୍ତ୍ତା ଟିପିସିଓଡିଏଲର ନିର୍ବାହୀ ଯନ୍ତ୍ରୀଙ୍କ ଦ୍ବାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ଦାବି କରିଛନ୍ତି, ଯେଉଁ ଲୋକଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ, ସେମାନଙ୍କୁ ଅତି କମ୍‌ରେ ୧୫ ଦିନ ବକେୟା ବିଦ୍ୟୁତ୍ ଦର ପଇଠ କରିବାକୁ ସୁଯୋଗ ଦିଆଯାଉ । ସେହିପରି ଗରିବ ଲୋକଙ୍କୁ କିସ୍ତି ମାଧ୍ୟମରେ ସେମାନଙ୍କ ଠାରୁ ବକେୟା ବିଦ୍ୟୁତ୍‌ ବିଲ୍ ଆଦାୟ କରାଯାଉ ବୋଲି ଦାବି କରିଛନ୍ତି । ଦାବି ପୂରଣ ନହେଲେ ଛାତ୍ର କଂଗ୍ରେସ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

 

 

Leave A Reply

Your email address will not be published.

error: Content is protected !!