ଜାନୁଆରି ୧୦ ଯାଏ ବଢିଲା ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା

0

ଭୁବନେଶ୍ବର: ପୁଣିଥରେ ଆୟକର ରିଟର୍ଣ୍ଣ ଦାଖଲର ସମୟ ସୀମା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ସାଧାରଣ ଟିକସଦାତାଙ୍କ କ୍ଷେତ୍ରରେ ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା ଆହୁରି ୧୦ ଦିନ ବୃଦ୍ଧି କରି ଏହାର ଶେଷ ତାରିଖ ଜାନୁଆରି ୧୦ ରଖା ଯାଇଛି । ଆଗରୁ ଏହା ଡିସେମ୍ବର ୩୧ ତାରିଖ ଥିଲା । ଆଗରୁ କେନ୍ଦ୍ର ସରକାର ଦୁଇ ଥର ଆଇଟି ରିଟର୍ଣ୍ଣ ଦାଖଲର ସମୟ ସୀମା ବୃଦ୍ଧି କରିଥିଲେ । ସେହିପରି ଅଡିଟ ଯୁକ୍ତ ଆଇଟି ରିଟର୍ଣ୍ଣ ଦାଖଲ ସମୟ ଫେବ୍ରୁଆରି ୧୫ ତାରିଖ ଯାଏ ବୃଦ୍ଧି କରିଛି କେନ୍ଦ୍ର ଆୟକର ବିଭାଗ । ଇଣ୍ଟରନ୍ୟାସନାଲ ଟ୍ରାଞ୍ଜାକସନ ରିଟର୍ଣ୍ଣ ତାରିଖକୁ କେନ୍ଦ୍ର ସରକାର ଫେବ୍ରୁଆରି ୧୫ ତାରିଖ ଯାଏ ବୃଦ୍ଧି କରିଥିବା ବେଳେ ସେଣ୍ଟ୍ରାଲ ଜିଏସ୍‌ଟି ରିଟର୍ଣ୍ଣର ଦାଖଲ ସମୟ ସୀମାକୁ ଫେବ୍ରୁଆରି ୨୮ ତାରିଖ ଯାଏ ବୃଦ୍ଧି କରାଯାଇଛି । କରୋନା ପରିସ୍ଥିତିକୁ ଦେଖି ଆଇଟି ରିଟର୍ଣ୍ଣର ସମୟ ସୀମା ବୃଦ୍ଧି କରିବାକୁ ବିଭିନ୍ନ ମହଲରେ ଦାବି ହେଉଥିଲା । କରୋନା ପାଇଁ ଟିକସଦାତାମାନେ ଆଇଟି ରିଟର୍ଣ୍ଣରେ ସମସ୍ୟାର ସମ୍ମୁଖୀନ ହୋଇଥିବା ଓ ଅଡିଟ ମଧ୍ୟ ହୋଇପାରିନଥିବା ଦର୍ଶାଇ ଡାଇରେକ୍‌ଟ ଟ୍ୟାକ୍‌ସ ପ୍ରଫେସନାଲସ ଆସୋସିଏସନ ମଧ୍ୟ ଏପରି ଦାବି କରିଥିଲା । ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଆୟକର ବିଭାଗ ଆଇଟି ରିଟର୍ଣ୍ଣ ଦାଖଲର ସମୟ ସୀମା ବୃଦ୍ଧି କରିଛନ୍ତି ।

Leave A Reply

Your email address will not be published.

error: Content is protected !!