ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ଫାର୍ମାସିଷ୍ଟଙ୍କ ଘରୁ ବାହାରିଥିବା ଗାଡ଼ି ଗାଡ଼ି ଏକ୍ସପାରି ଔଷଧକୁ ବ୍ୟବସ୍ଥିତ ଢଙ୍ଗରେ ନଷ୍ଟ କରିବା କଥା । ଏନେଇ ଖୋଦ୍ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା କହୁଛନ୍ତି । ମାତ୍ର ଗୋଟିଏ ଭୁଲ୍କୁ ଲୁଚାଇବାକୁ ଯାଇ ମେଡିକାଲ୍ କର୍ତ୍ତୃପକ୍ଷ ଏକାଧିକ ଭୁଲ କରିଛନ୍ତି। ରାତି ଅଧରେ କ୍ୱାର୍ଟର୍ସରୁ ଔଷଧକୁ ବାହାର କରି ଡେଲିମାର୍କେଟ୍ କଡ଼ରେ ଥିବା ଏକ ପୋଖରୀକୁ ଫିଙ୍ଗି ଦେଇଛନ୍ତି। ଗୋଟିଏ ମିନିଟ୍ରକ୍ ଔଷଧ ପୋଖରୀକୁ ଫିଙ୍ଗା ଯାଇଥିବା ବେଳେ ଆହୁରି ବିପୁଳ ପରିମାଣର ଔଷଧ ଭଙ୍ଗା କ୍ୱାର୍ଟର୍ସ ଭିତରେ ଖେଳେଇ ହୋଇ ପଡ଼ିଛି । ତେବେ ଏତେ ପରିମାଣର ଔଷଧ ବାହାରିବା ପରେ ଏହାର ତଦନ୍ତ ପାଇଁ ଏହାକୁ ରଖିବା କଥା। ଏହା ସରକାରୀ ସମ୍ପତ୍ତି। ବ୍ୟବସ୍ଥିତ ଢଙ୍ଗରେ ଏହାର ନଷ୍ଟ କରିବା କଥା। ମାତ୍ର କେଉଁ ସାହସରେ ମେଡିକାଲ କର୍ତ୍ତୃପକ୍ଷ ଗାଡ଼ି ଭଡ଼ା କରି ଉକ୍ତ ଔଷଧକୁ ବାହାରେ ଫିଙ୍ଗିଦେଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଫାର୍ମାସିଷ୍ଟଙ୍କ ଘରୁ ବାହାରିଥିବା ଗାଡ଼ି ଗାଡ଼ି ଏକ୍ସପାରି ଔଷଧ ବାହାରିବା ଘଟଣା…
- Post published:September 21, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
