ଅନୁଗୁଳ: ଅନୁଗୁଳ ଷ୍ଟାଡିଅମଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶନିବାର ଏକ ମେଗା ଆଇନ ସେବା ମେଳା ଉଦଘାଟିତ ହୋଇଯାଇଛି। ଅନୁଗୁଳ ଜିଲ୍ଲା ଦୌରାଜଜ ଡ. ଭାଗ୍ୟଲଷ୍ମୀ ରଥ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମାରୋହକୁ ଉଦଘାଟନ କରିଥିଲେ। ଆଇନ ସେବାକୁ ପ୍ରତି ନାଗରିକଙ୍କ ପାଖରେ ପହଞ୍ଚାଇବା, ସେମାନଙ୍କୁ ଦେଶର ଆଇନ ବାବଦରେ ସଚେତନ କରାଇବା, ଆଶ୍ରୟ ଲୋଡୁଥିବା ଗରିବ ତଥା ଅନୁସୂଚିତ ଜାତି ଓ ଜନଜାତିର ଲୋକଙ୍କୁ କିଭଳି ନିଃଶୁଳ୍କ ଆଇନ ସେବା ମିଳିବାର ବ୍ୟବସ୍ଥା ରହିଛି ସେଥିନେଇ ଡ. ରଥ ଆଲୋଚନା କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଗତ ଦୁଇ ବର୍ଷ ରେ କି କି ଆଇନ ସେବା ଓ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ତାହାର ଅବତାରଣା କରିଥିଲେ। ସମ୍ମାନିତ ଅତିଥି ରୂପେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଏସପି ଜଗମୋହନ ମୀନା ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା, ଆଇନ ସେବା ଆଦି ଉପରେ ଆଲୋକପାତ କରିଥିଲେ ଷ୍ଟାଡିଅମରେ ଜିଲ୍ଲାର ବିଭିନ୍ନ ବିଭାଗର ସଚେତନତା ଷ୍ଟଲ ପ୍ରଦର୍ଶିତ ହୋଇଥିଲା ।
ମେଗା ଆଇନସେବା ମେଳା ଉଦଘାଟିତ
- Post published:November 13, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul