ଅନୁଗୁଳ: ପାଳଲହଡ଼ା ବ୍ଲକ୍ ରୋହିଲା ପଂଚାୟତରେ ବ୍ୟାପକ ଦୁର୍ନୀତି, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ହେରଫେର ,ମନରେଗା କାମରେ ଶ୍ରମିକ ବଦଳରେ ମେସିନ ଦ୍ବାରା କାମ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ୧୦ ଦିନ ତଳେ ଜିଲ୍ଲା ଓ ଉପଖଣ୍ଡ ପ୍ରଶାସନକୁ ପଞ୍ଚାୟତବାସୀ ଦାବିପତ୍ର ପ୍ରଦାନ କରିଥିଲେ । ମାତ୍ର ୧୦ ଦିନ ବିତି ଯାଇଥିଲେ ମଧ୍ୟ ରୋହିଲା ପଂଚାୟତର ଦୁର୍ନୀତି ସଂପର୍କରେ କୌଣସି ତଦନ୍ତ ନ ହେବା ଯୋଗୁଁ ୧୮ ତାରିଖ ସକାଳ ୧୦ popଟା ସମୟରେ ରୋହିଲା ପଂଚାୟତ ଗ୍ରାମବାସୀ , ସମିତି ସଭ୍ୟ ଲକ୍ଷ୍ମୀଧର ସାହୁଙ୍କ ନେତୃତ୍ବରେ ପଂଚାୟତ କାର୍ଯ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ପକାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ରୋହିଲା ପଂଚାୟତର ନିରଂଜନ ପ୍ରଧାନ, ତପନ ସାହୁ ପ୍ରମୁଖ ଅନୁଗୁଳ ଜିଲ୍ଲାପାଳଙ୍କୁ ଉପଜିଲ୍ଲାପାଳ ଅଜିତ କୁମାର ପ୍ରଧାନଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଦୁର୍ନୀତି ତଦନ୍ତ ଦାବିରେ ପଞ୍ଚାୟତ ଅଫିସ୍ରେ ତାଲା ଆଜି
- Post published:August 18, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
You Might Also Like
ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ: ମୋଦି ସରକାରଙ୍କ ୯ ବର୍ଷ ଶାସନର ସଫଳତାକୁ ସାମାଜିକ ଗଣମାଧ୍ୟମରେ ସ୍ଥାନିତ କରିବାକୁ ଦେଲେ ଆହ୍ୱାନ
ବନ୍ତଳା ପୋଲିସକୁ ବଡ଼ ସଫଳତା: ନିଶା ଖାଇ ଚୋରି କରୁଥିବା ବେଳେ ୯ ଜଣ ଗିରଫ, ବିପୁଳ ଚୋରା ସାମଗ୍ରୀ ଜବତ





