ଅନୁଗୁଳ : ଦୁଇ ବର୍ଷ ତଳେ ଅନୁଗୁଳ ଆହାର କେନ୍ଦ୍ର କ୍ୟାମ୍ପସରେ ଜଣେ ୮ ବର୍ଷର ଯାଯାବର ନାବାଳିକାକୁ ବଳାତ୍କାର ପରେ ହତ୍ୟା ଉଦ୍ୟମ ମାମଲାର ରାୟ ଶନିବାର ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ ତଥା ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ପ୍ରକାଶ ପାଇଛି। ଅଦାଲତ ମାମଲାର ଶୁଣାଣି କରି ଅଭିଯୁକ୍ତ ଶିବୁ ଓରଫ ଶୁଭ୍ରାଂଶୁ ଶେଖର ପଟ୍ଟନାୟକଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହିତ ୨୮ ହଜାର ଜରିମାନା, ଜରିମାନା ଅନାଦେୟ ଅଧିକ ୨ ବର୍ଷ ଜେଲ ଭୋଗିବାକୁ ପଡ଼ିବ ବୋଲି ସୂଚନା ମିଳିଛି। ଏହି ମାମଲାରେ ୩୦ ଜଣଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ସରୋଜ କୁମାର ପଟ୍ଟନାୟକ ଏହି ମାମଲା ପରିଚାଳନା କରୁଥିଲେ।
ଆହାର କେନ୍ଦ୍ର କ୍ୟାମ୍ପସରେ ଯାଯାବର ନାବାଳିକାକୁ ବଳାତ୍କାର ଓ ହତ୍ୟା ଉଦ୍ୟମ
- Post published:November 6, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul