ଅନୁଗୁଳ: ଘାତକ ସାବ୍ୟସ୍ତ ହୋଇଛି ପ୍ରାଣଘାତୀ କରୋନା। ଅନୁଗୁଳ ଜିଲ୍ଲାରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଉଦ୍ବେଗଜନକ ଭାବେ ବଢ଼ିଛି । ଶନିବାର ରାତିରେ କରୋନା ସଂକ୍ରମିତ ଛାତ୍ର କଂଗ୍ରେସ ନେତା ଫାରୁକ୍ ଅହମ୍ମଦ(୨୨) ଙ୍କ ପରଲୋକ ହୋଇଛି। ସେ ଗୁରୁତର ଅବସ୍ଥାରେ ସପ୍ତାହେ ହେଲା ବିହାରର ପାଟନା ସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ । ଅକ୍ସିଜେନ୍ ଅଭାବରୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଫାରୁକ୍ଙ୍କ ଭଳି ଉଦୀୟମାନ ଏବଂ ଯୁବ ନେତାଙ୍କ ମୃତ୍ୟୁରେ ଅନୁଗୁଳରେ ଶୋକର ଛାୟା ଖେଳିବା ସହିତ କରୋନାକୁ ନେଇ ଭୟଭୀତ ପରିସ୍ଥିତି ସୃଷ୍ଟି ହୋଇଛି। ଅନୁଗୁଳ କଲେଜରେ ଯୁକ୍ତ ୨ରେ ପଢ଼ିବା ସମୟରେ ଛାତ୍ର ରାଜନୀତିରେ ସକ୍ରିୟ ହୋଇ ଫାରୁକ୍ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଫାରୁକ୍ଙ୍କ ବିୟୋଗରେ ନଗର କଂଗ୍ରେସ ସଭାପତି ସୁଦୀପ ମିଶ୍ର, ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା, ମହିଳା କଂଗ୍ରେସ ନେତ୍ରୀ ଇଂ. ସସ୍ମିତା ବେହେରା, ରାଜୀବ ଗାନ୍ଧି ଛାତ୍ର ସଙ୍ଗଠନର ରାଜ୍ୟ ସଭାପତି ସତ୍ୟବ୍ରତ ନାୟକ, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ପୂର୍ବତନ ରାଜ୍ୟ ଯୁବକ କଂଗ୍ରେସ ସଭାପତି ଲୋକନାଥ ମହାରଥୀ, ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ରାଜୀବ ପଟ୍ଟନାୟକ, ଅନୁଗୁଳ ନଗର କଂଗ୍ରେସ ସଭାପତି ସୁଦୀପ ମିଶ୍ର, ଯୁବନେତା ସୁନିଲ୍ ପ୍ରଧାନ, ସରୋଜ ପ୍ରଧାନ, ବଲବୀର ସିଂ, ବିଜୟାନନ୍ଦ ଚାଉଳିଆ, ସୁବ୍ରତ ଗଡ଼ନାୟକ, ସୁରେଶ ବେହେରା, ଶିବାନୀ ଶଙ୍କର ଗୌଡ଼, ଆଲୋକ ଦାଶ, ରଶ୍ମିରଞ୍ଜନ ସାହୁଙ୍କ ସମେତ ବିଜେଡି, ବିଜେପି ଓ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିବା ସହିତ ଅମର ଆତ୍ମାର ସଦଗତି ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
କରୋନାରେ ଆଖି ବୁଜିଲେ ଛାତ୍ରନେତା
- Post published:April 26, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
