ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଉଦ୍ବେଗଜନକ ଭାବେ ବଢ଼ି ଚାଲିଛି ଟ୍ରାନ୍ସଫର୍ମର ଚୋରି । ଗତ ମାସକ ମଧ୍ୟରେ ଏକ ଡଜନରୁ ଅଧିକ ଟ୍ରାନ୍ସଫର୍ମର ଚୋରି ହୋଇ ସାରିଲାଣି । ପୁଲିସ୍ ଏହି ଚୋରଙ୍କ ଟେର୍ ପାଉନଥିବା ବେଳେ ଗୁରୁବାର ରାତିରେ ନିଶା ଶିଳ୍ପାଞ୍ଚଳ ଥାନା ବଡ଼କେରେଜାଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମୁଣ୍ଡା ଫରସାହିରୁ ଏକ ୧୦ କେଭିର ଟ୍ରାନ୍ସଫର୍ମର ଚୋରି ହୋଇଯାଇଛି । ଦୁର୍ବୃତ୍ତ ଟ୍ରାନ୍ସଫର୍ମର କଏଲ ଖୋଲି ନେଇ ଯାଇଥିବା ବେଳେ ଖୋଳପାକୁ ଖୁଣ୍ଟଠୁ ଅଳ୍ପ ଦୂରରେ ଫିଙ୍ଗି ଦେଇଛନ୍ତି । ଟ୍ରାନ୍ସଫର୍ମର ଚୋରି ଯୋଗୁଁ ଫରସାହି ବାସୀ ଅନ୍ଧାରରେ ରହିଛନ୍ତି । ଏନେଇ ଥାନାରେ ଶନିବାର ଲିଖିତ ଅଭିଯୋଗ ହେବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ଛାନ୍ଭିନ୍ ଚଳାଇଛି।
ବିଦ୍ୟୁତ୍ ଗ୍ରନ୍ସଫର୍ମର ଚୋରି
- Post published:March 14, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
