ଅନୁଗୁଳ: ଅନୁଗୁଳ ପୌରପାଳିକା ଆଜି ସୁଦ୍ଧା ସମ୍ପୂର୍ଣ୍ଣ ମଳମୁକ୍ତ ଅଞ୍ଚଳ ହୋଇପାରୁନାହିଁ। ବିଶେଷ କରି ବସ୍ଷ୍ଟାଣ୍ତରେ ଥିବା ଶୌଚାଳୟ ଏଠାକୁ ଦୈନିକ ଆସୁଥିବା ଶତାଧିକ ଯାତ୍ରୀଙ୍କୁ ଯଥେଷ୍ଟ ସେବା ଯୋଗାଇ ପାରୁନାହିଁ। ବିଭିନ୍ନ ଘରୋଇ ସ˚ଗଠନ ପକ୍ଷରୁ ନିର୍ମିତ ପରିଶ୍ରାଗାରର ଅବସ୍ଥା ନ କହିବା ଭଲ। ସେଠାକୁ ଗଲେ ସ୍ବାସ୍ଥ୍ୟ ସମସ୍ୟାକୁ ଡାକି ଆଣିବା ସହ ସମାନ। ଅନୁଗୁଳ ବସ୍ଷ୍ଟାଣ୍ତକୁ ଦୈନିକ ୧ ହଜାରରୁ ୧୫୦୦ ଯାତ୍ରୀ ଆସିଥାନ୍ତି। ଏମାନଙ୍କ ପାଇଁ ଯଥେଷ୍ଟ ଶୌଚାଳୟ ନଥିବାରୁ ପୌରପାଳିକା ପକ୍ଷରୁ ଏବେ ସ୍ମାର୍ଟ ଶୌଚାଳୟ ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ ହେଉଛି। ଏଥିପାଇଁ ଉପଖଣ୍ତ କ୍ରୀଡ଼ା କାର୍ଯ୍ୟାଳୟ ପଛକୁ ଏହି ଶୌଚାଳୟ ନିର୍ମାଣ ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି।
ଅନୁଗୁଳ ବସ୍ଷ୍ଟାଣ୍ତରେ ହେବ ସ୍ମାର୍ଟ ଶୌଚାଳୟ
- Post published:January 15, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul