ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ,ବୁଥରେ କଡା ସୁରକ୍ଷା ବ୍ୟବସ୍ଥା

You are currently viewing ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ,ବୁଥରେ କଡା ସୁରକ୍ଷା ବ୍ୟବସ୍ଥା

ଅନୁଗୁଳ: ଆଜି ସକାଳ ୭ ଟା ରୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ମତଦାନ କେନ୍ଦ୍ରରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମହିଳା ଓ ନୂଆ ଯୁବ ଭୋଟର ମାନେ ଉତ୍ସାହର ସହ ମତଦାନ କରୁଛନ୍ତି। ଅନୁଗୁଳ ସହର ଭିତରେ ଏକାଧିକ ସଖି ମତଦାନ କେନ୍ଦ୍ର,ଯୁବ ମତଦାନ କେନ୍ଦ୍ର ଆଦି କରାଯାଇଛି। ପ୍ରତି ବୁଥରେ ଦିବ୍ୟାଙ୍ଗ ମାନଙ୍କପାଇଁ ହ୍ବିଲ ଚେୟାର,ପିଇବା ପାଣିର ବ୍ୟବସ୍ଥା କରାଯାଇଛି। ତେବେ କିଛି ବୁଥରେ ପଙ୍ଖା ଠିକ୍ ଭାବେ ଘୁରୁ ନଥିବାରୁ ଭୋଟର ଓ ପୋଲିଂ କର୍ମଚାରୀ ଅସୁବିଧାରେ ପଡ଼ିଥିଲେ।

ସେହିଭଳି ଇଭିଏମ୍ ରେ ତୃଟି ଯୋଗୁଁ ମତଦାନ ସାମାନ୍ୟ ପ୍ରଭାବିତ ହୋଇଥିଲା। ମିଳିଥିବା ଖବର ଅନୁସାରେ ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସକାଳ ୧୧ ଟା ସୁଦ୍ଧା ୨୨ ରୁ ୨୩ ପ୍ରତିଶତ ମତଦାନ ହୋଇଛି।ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି ମତଦାନ ପ୍ରକ୍ରିୟା ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲୁ ରହିବ ।

Share

Leave a Reply