ଆସନ୍ତା କାଲି ବାହାରିବ ମାଟ୍ରିକ ରେଜଲ୍ଟ, ହ୍ଵାଟ୍ସଆପରେ ପରୀକ୍ଷା ଫଳ ପାଇପାରିବେ ବିଦ୍ୟାର୍ଥୀ

0

କଟକ: ଆସନ୍ତା ୨୬ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳାଫଳ। ୨୬ ତାରିଖ ସକାଳ ୧୦ଟା ୩୦ରେ ରେଜଲ୍ଟ ପ୍ରକାଶ ପାଇବା ବେଳେ ୧୧ଟା ୩୦ ସୁଦ୍ଧା ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ www.bseodisha.ac.in ରେ ପାଇପାରିବେ। ତେବେ ଯଦି ଇଣ୍ଟରନେଟ୍ ସୁବିଧା ନଥାଏ ତା’ ହେଲେ ଛାତ୍ରଛାତ୍ରୀମାନେ ଏସ୍ଏମ୍ଏସ୍ ଜରିଆରେ ମଧ୍ୟ ରେଜଲ୍ଟ ପାଇପାରିବେ। ଏସ୍ଏମ୍ଏସ୍ ଜରିଆରେ ରେଜଲ୍ଟ ପାଇବା ପାଇଁ ଟାଇପ୍ କରନ୍ତୁ or10- space- roll number- space, ଏହାପରେ ଏହାକୁ 5676750 ନମ୍ବରକୁ ଏସ୍ଏମଏସ କରନ୍ତୁ। ଏହା ସହିତ ଅପରାହ୍ଣ ୪ଟା ସୁଦ୍ଧା ନିଜର ଡିଜିଟାଲ ସାର୍ଟିଫିକେଟ ମଧ୍ୟ ପାଇପାରିବେ ଛାତ୍ରଛାତ୍ରୀ। ସାର୍ଟିଫିକେଟ ପାଇବା ପାଇଁ www.bseodisha.ac.in କୁ ଯାଇ ଦିଆଯାଇଥିବା ଲାଇଭ୍ ଲିଙ୍କକୁ କ୍ଲିକ୍ କରନ୍ତୁ। ଏହା ପରେ ନିଜର ପରୀକ୍ଷା ଓ ରୋଲ ନମ୍ବର ଟାଇପ୍ କରି ସାର୍ଟିଫିକେଟ ଡାଉନଲୋଡ କରିପାରିବେ। ଏନେଇ ଆଜି ପ୍ରେସମିଟ କରି ସୂଚନା ଦେଇଛନ୍ତି କଟକ ବୋର୍ଡ ସଭାପତି।

Leave A Reply

Your email address will not be published.

error: Content is protected !!