ରାସ୍ତା ମଝିରେ ଜଳିଗଲା ଟ୍ରକ୍

You are currently viewing ରାସ୍ତା ମଝିରେ ଜଳିଗଲା ଟ୍ରକ୍

ଅନୁଗୁଳ : କୋଲିୟରୀ ଥାନା ଇଲାକା ସବିତ୍ରୀ ଏୟାରପୋର୍ଟ ପଛପାର୍ଶ୍ବ କଳମଛୁଇଁ ଅଞ୍ଚଳରେ ରାସ୍ତା ମଝିରେ ଏକ କୋଇଲା ବୋଝେଇ ଟ୍ରକ୍ ଜଳିଯାଇଛି । ସଟର୍କିଟ୍‌ରୁ ହୋଇଥିବା ଏହି ଅଗ୍ନିକାଣ୍ଡରେ ଟ୍ରକ୍‌ ଇଞ୍ଜିନ୍ ପୋଡ଼ିଯାଇଛି । ଏଥିରେ ଅନୁମାନିକ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର କ୍ଷତି ହୋଇଥିବା ବେଳେ କୋଇଲାରେ ନିଆଁ ଲାଗିବା ପୂର୍ବରୁ ଅନୁଗୁଳ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି। ସୂଚନା ମୁତାବକ, ନିରଞ୍ଜନ ସାହୁଙ୍କ ଏହି ଟ୍ରକ୍ ଖଣିରୁ କୋଇଲା ବୋଝେଇ କରି ଅନୁଗୁଳ ଆଡ଼କୁ ଆସୁଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟା ବେଳକୁ ସାବିତ୍ରୀ ଏୟାରପୋର୍ଟ ପଛପାର୍ଶ୍ବ ରାସ୍ତାରେ ହଠାତ୍ ଟ୍ରକର ସମ୍ମୁଖ ଭାଗରୁ ନିଆଁ ବାହାରିଥିଲା। ଜୀବନ ବିକଳରେ ଟ୍ରକ୍ ଚାଳକ ଓ ହେଲପର ବାହାରକୁ ଚାଲି ଆସିଥିଲେ। ଦେଖୁ ଦେଖୁ ଟ୍ରକ୍‌ର ଇଞ୍ଜିନ୍‌ରେ ନିଆ ଲାଗିଥିଲା। ଏହା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଅଧଘଣ୍ଟର ପରିଶ୍ରମ ପରେ ନିଆଁ ଲିଭାଇ ଥିଲା।

 

Share

Leave a Reply