ଅନୁଗୁଳ: ଛିନ୍ତାଇ କରି ଅନୁଗୁଳ ସହରରେ ଆତଙ୍କ ଖେଳାଇଥିବା ୨ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଛି ସଦର ଥାନା ପୁଲିସ୍। ଗିରଫ ଅଭିଯୁକ୍ତ ହେଲେ ହେମସୁରପଡ଼ାର ରବି ମିଶ୍ର ଓ ଅନ୍ୟ ଜଣେ ନାବାଳକ ଥିବା ଜଣାପଡ଼ିଛି। ପୁଲିସ୍ ସେମାନଙ୍କ ଠାରୁ ଲୁଟ୍ ମୋବାଇଲ୍ ଓ ଲୁଟ୍ରେ ବ୍ୟବହୃତ ବାଇକ୍କୁ ଜବତ କରିଛି। ପୁଲିସ୍ ସୂଚନା ମୁତାବକ ଗତ ସୋମବାର ଦିନ ଖଲାରି ଗ୍ରାମର ପୌର୍ଣ୍ଣମାସୀ ସାହୁ ନାମ୍ନୀ ଜଣେ ଯୁବତୀ ଲୁଟ୍ର ଶିକାର ହୋଇଥିଲେ। ସେ ଓ ତାଙ୍କ ବାନ୍ଧବୀ ସୋମବାର ଅପରାହ୍ଣ ପ୍ରାୟ ୨ଟା ବେଳେ ସାଇକେଲ୍ରେ ହାଟଛକରୁ ଖଲାରି ଆଡ଼କୁ ଫେରିବା ସମୟରେ ଦୁଇଜଣ ଦୁବୃର୍ତ୍ତ ବାଇକ୍ରେ ଆସି ତାଙ୍କ ଭ୍ୟାନିଟ୍କୁ ଝାମ୍ପି ନେଇଥିଲେ। ଭ୍ୟାନିଟ୍ରେ ତାଙ୍କ ମୋବାଇଲ୍ ଓ କିଛି ଟଙ୍କା ଥିଲା। ଏ ନେଇ ସଦର ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।
ବନ୍ଧା ହେଲେ ୨ ଛିନ୍ତାଇ ଅଭିଯୁକ୍ତ
- Post published:January 28, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
