ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଟି କୋଟି ଟଙ୍କା ଆତ୍ମସାତ୍ ମାମଲା: ଭିଜିଲାନ୍ସର କଡ଼ା ଆଭିମୁଖ୍ୟ

You are currently viewing ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଟି କୋଟି ଟଙ୍କା ଆତ୍ମସାତ୍ ମାମଲା: ଭିଜିଲାନ୍ସର କଡ଼ା ଆଭିମୁଖ୍ୟ

ଅନୁଗୋଳ: ଅନୁଗୋଳ ମେଡିକାଲର କନିଷ୍ଠ କିରାଣି ସୁବ୍ରତ ବେହେରାଙ୍କ ଦ୍ଵାରା ସରକାରୀ ପାଣ୍ଠି ଆତ୍ମସାତ୍ ମାମଲାରେ ତଦନ୍ତ ଜୋରଦାର ହୋଇଛି। ଅଫିସ କାମ ଡିଜିଟାଲ ମୋଡରେ ହେଉଥିଲେ ମଧ୍ୟ କିଭଳି କର୍ମଚାରୀଙ୍କ ଆକାଉଣ୍ଟକୁ ଅଧିକ ଦରମା ଯାଉଥିଲା, ତାହାର ଗୁମର ଖୋଜୁଛି ଭିଜିଲାନ୍ସ।

ଏହି ଘଟଣାରେ ସତ୍ୟତା ଜାଣିବା ପାଇଁ ଭିଜିଲାନ୍ସ ବିଭାଗ ମେଡିକାଲର ୯୩ ଜଣ କର୍ମଚାରୀଙ୍କୁ ଜେରା କରିବ। ଆସନ୍ତା ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ଏହି ଜେରା ଚାଲିବ। ଭିଜିଲାନ୍ସ ପକ୍ଷରୁ କର୍ମଚାରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ସୂଚନା ମୁତାବକ, ତଦନ୍ତ ସମୟରେ କୌଣସି କର୍ମଚାରୀ ମନଇଚ୍ଛା ଛୁଟିରେ ରହିପାରିବେ ନାହିଁ କିମ୍ବା ଆଳ ଦେଖାଇ ଘରେ ବସିପାରିବେ ନାହିଁ। ଏହି ନିର୍ଦ୍ଦେଶକୁ ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ବୋଲି ସଙ୍କେତ ମିଳିଛି। ଉକ୍ତ କୋଟି କୋଟି ଟଙ୍କା ହରିଲୁଟ ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି, ତାହା ଏହି ଜେରା ପରେ ସ୍ପଷ୍ଟ ହେବ।

Share

Leave a Reply