ଅନୁଗୋଳ: ୨୦୨୧ ମସିହା ବ୍ୟାଚ୍ର ୪୦ ଜଣ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ଙ୍କ ଦୁଇଦିନିଆ କ୍ଷେତ୍ର ପରିଦର୍ଶନ ସଫଳତାର ସହ ସମ୍ପନ୍ନ ହୋଇଛି। ପରିଦର୍ଶନର ପ୍ରଥମ ଦିନରେ ତାଲିମପ୍ରାପ୍ତ ଅଧିକାରୀମାନେ ଅନୁଗୋଳସ୍ଥିତ ନାଲକୋ ପାୱାର ପ୍ଲାଣ୍ଟ ପରିଦର୍ଶନ କରି ଏହାର କାର୍ଯ୍ୟଶୈଳୀ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ସନ୍ଧ୍ୟାରେ ସେମାନେ ତାଳଚେରସ୍ଥିତ ପ୍ରସିଦ୍ଧ ମା’ ହିଙ୍ଗୁଳାଙ୍କ ପୀଠକୁ ଯାଇ ଦେବୀ ଦର୍ଶନ କରିଥିଲେ।
ଦ୍ୱିତୀୟ ଦିନରେ ଅଧିକାରୀମାନେ ଶୈଳଶ୍ରୀ କ୍ଷେତ୍ର ପରିଭ୍ରମଣ କରିବା ସହ ଅନୁଗୋଳର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ଏହାପରେ ଟିକରପଡ଼ାସ୍ଥିତ ସାତକୋଶିଆ ଗଣ୍ଡ ଗସ୍ତ କରି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ। ଅପରାହ୍ନରେ ଅନୁଗୁଳ ପଞ୍ଚାୟତ ସମିତି ସଭାଗୃହଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଗୁଳ ବିଡ଼ିଓ ଡ. ବିଶ୍ୱ ଭୂଷଣ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ। ଏହି ଗସ୍ତରେ ଯୁଗ୍ମ ସଚିବ ତରୁଣ କୁମାର ବିଶ୍ୱାଳ* ଓ ଡେପୁଟୀ ସେକ୍ରେଟାରୀ ରବି ନାରାୟଣ ବାରିକ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଡେପୁଟି କଲେକ୍ଟର ଜୟଜିତ୍ ଧଳ ଏବଂ ଆସିଷ୍ଟାଣ୍ଟ କଲେକ୍ଟର ସୁକାନ୍ତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।











