ବେଆଇନ ବାଲି ଡିପୋ ଉପରେ ଚଢ଼ାଉ: ୫୪ ହଜାର ଜୋରିମାନା, ବାଲି ଜବତ ନେଇ ପ୍ରଶ୍ନ

You are currently viewing ବେଆଇନ ବାଲି ଡିପୋ ଉପରେ ଚଢ଼ାଉ: ୫୪ ହଜାର ଜୋରିମାନା, ବାଲି ଜବତ ନେଇ ପ୍ରଶ୍ନ

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ଫ୍ରେଣ୍ଡସ କ୍ଲବ୍ ପଡ଼ିଆ ପରିସରରେ ଥିବା ଏକ ବେଆଇନ ବାଲି ଡିପୋ ଉପରେ ଖଣି ବିଭାଗ ଚଢ଼ାଉ କରିଛି। ଶହ ଶହ ଟ୍ରିପ୍ ବାଲି ଗଦା ହୋଇଥିବା ଅଭିଯୋଗ ପରେ ବିଭାଗୀୟ ଟିମ୍ ତଦନ୍ତ କରି ୫୩,୬୦୬ ଟଙ୍କା ଜୋରିମାନା ଆଦାୟ କରିଛି।

ତେବେ ଘଟଣାସ୍ଥଳରେ ଏକ ହଜାର କ୍ୟୁବିକ୍ ମିଟରରୁ ଅଧିକ ବାଲି ଗଦା ହୋଇଥିବାବେଳେ କେବଳ ୨୫୦ କ୍ୟୁବିକ୍ ମିଟର ପାଇଁ ଜୋରିମାନା ହୋଇଛି ଏବଂ ଅଧିକାରୀମାନେ ବାଲି ଜବତ କରି ନଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ଷା ଦିନେ ବର୍ଦ୍ଧିତ ଦରରେ ବିକ୍ରି ପାଇଁ ମାଫିଆମାନେ ଏଭଳି ବେଆଇନ ଗଦା କରୁଛନ୍ତି।

ତାଳଚେର ଅଞ୍ଚଳରେ ଆହୁରି ଅନେକ ବେଆଇନ ବାଲି ଡିପୋ ଥିବା ନେଇ ଖଣି ଉପନିର୍ଦ୍ଦେଶକଙ୍କୁ ସୂଚନା ଦିଆଯାଇଥିବାବେଳେ, ସେଗୁଡ଼ିକ ଉପରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ସମୟ କହିବ।

Share

Leave a Reply