ରଜତ ରଂଜନଙ୍କ ଅନନ୍ୟ କଳାକୃତି

You are currently viewing ରଜତ ରଂଜନଙ୍କ ଅନନ୍ୟ କଳାକୃତି

ଅନୁଗୁଳ: ସମୟ ସହ ତାଳ ଦେଇ ଆମେ ଦୈନନ୍ଦିନ ଅନେକ କାର୍ଯ୍ୟ କରିଥାଉ।ସେସବୁ କିଛି ଦିନ ପରେ ବିସ୍ମୃତିର ଗର୍ଭକୁ ଚାଲିଯାଏ।କିନ୍ତୁ ଏଭଳି କିଛି କର୍ତ୍ତା ଓ ତାଙ୍କ କୃତୀ ରହିଛି, ଯାହା ସମୟ ସୁଅରେ ହଜି ନଯାଇ ବର୍ଷ ବର୍ଷ ଧରି ଅକ୍ଷୁର୍ଣ୍ଣ ରହି ଥାଏ। ଅନୁଗୁଳ ଜିଲ୍ଲା ଗଡସନ୍ତ୍ରୀ ଗାଙ୍ଗୀଯୋଡି ଗାଁରେ ଏଭଳି ଜଣେ ଭାସ୍କର୍ଯ୍ୟ ଶିଳ୍ପୀ ଅଛନ୍ତି, ଯାହାଙ୍କର କଳା ଚାତୁରୀ ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ପଥର ମାଟିରେ କଳାକୃତୀ ଛଡା ବାଉଁଶ, ଭାତ, ଡାଲି, ଶାଗ ଭଜାରେ ବିଭିନ୍ନ କଳାକୃତି କରି ସେ ଅଜସ୍ର ପ୍ରଶଂସା ସାଉଁଟିଛନ୍ତି। ନିକଟରେ ଗାଙ୍ଗୀଯୋଡି ଗାଁର ଏହି ଯୁବ ଶିଳ୍ପୀ ରଜତ ରଞ୍ଜନ ନାଥ ତାଳ ଗଛ ବାଂଖୁଲାରେ ଅନୁଗୁଳର କାରଗିଲ ସହିଦ ମାନସ ରଞ୍ଜନ ସାହୁଙ୍କ ସମେତ ଅନ୍ୟାନ୍ୟ ସହିଦଙ୍କ ଚମତ୍କାର କଳାକୃତୀ ତିଆରି କରିଥିଲେ। ରଜତ ଙ୍କ ଏଭଳି ନିଆରା ପ୍ରୟାସ ପାଇଁ ତାଙ୍କୁ ଚାରିଆଡୁ ଅନେକ ପ୍ରଶଂସା ମିଳୁଛି।

Share

Leave a Reply