ଭୁବନେଶ୍ୱର: ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଆଜି ଭୁବନେଶ୍ୱର କେୟାର ହସ୍ପିଟାଲ ପରିଦର୍ଶନ କରିଛନ୍ତି। ସେଠାରେ ଚିକିତ୍ସିତ ହେଉଥିବା ତାଳଚେର ନିର୍ବାଚନମଣ୍ଡଳୀ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ଅଞ୍ଚଳର ରୋଗୀମାନଙ୍କୁ ଭେଟି ସେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ।
ଏହି ଅବସରରେ ବିଧାୟକ ଶ୍ରୀ ପ୍ରଧାନ ବରିଷ୍ଠ ଡାକ୍ତର ମହେନ୍ଦ୍ର ତ୍ରିପାଠୀଙ୍କ ସହ ରୋଗୀମାନଙ୍କର ଉତ୍ତମ ଚିକିତ୍ସା ଓ ସେବା ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ।
ଭୁବନେଶ୍ୱର କେୟାର ହସ୍ପିଟାଲରେ ରୋଗୀଙ୍କୁ ଭେଟିଲେ ବିଧାୟକ ବ୍ରଜକିଶୋର ପ୍ରଧାନ





