ଅନ୍ତର୍ଜାତୀୟ ନିଶା ନିବାରଣ ଦିବସ ପାଳିତ

You are currently viewing ଅନ୍ତର୍ଜାତୀୟ ନିଶା ନିବାରଣ ଦିବସ ପାଳିତ

ଅନୁଗୋଳ: ଜିଲ୍ଲା ପ୍ରଶାସନ, ସାମାଜିକ ସୁରକ୍ଷା ଓ ଅବକାରୀ ବିଭାଗ ତଥା ସ୍ୱେଚ୍ଛାସେବୀ ସଂଗଠନ ‘ସ୍ପନ୍ଦନ’ର ମିଳିତ ଆନୁକୂଲ୍ୟରେ ‘ଅନ୍ତର୍ଜାତୀୟ ନିଶା ଦ୍ରବ୍ୟ ଅପବ୍ୟବହାର ଓ ଚୋରା ଚାଲାଣ ବିରୋଧୀ ଦିବସ’ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ବିଶାଳ ସଚେତନତା ପଦଯାତ୍ରା ଓ ରଥର ଶୁଭାରମ୍ଭ କରାଯାଇଥିଲା।

ଅବକାରୀ ଅଧୀକ୍ଷୀକା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ନିଶା ମୁକ୍ତ ସମାଜ ଗଠନ ପାଇଁ ଜନସଚେତନତା ଓ କଠୋର ଆଇନ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମନୀଷ ଏକ୍କା ଚଳିତ ବର୍ଷର ଆଭିମୁଖ୍ୟ ଉପରେ ଆଲୋକପାତ କରି, ନିଶାଗ୍ରସ୍ତ ବ୍ୟକ୍ତିମାନଙ୍କୁ ନିଶା ନିବାରଣ କେନ୍ଦ୍ରର ସହାୟତା ନେବାକୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ସାମାଜିକ ଅନୁଷ୍ଠାନ ଏବଂ ପ୍ରାଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ। ଶେଷରେ, “ନିଶା ମୁକ୍ତ ଭାରତ” ଗଠନ ପାଇଁ ସମସ୍ତଙ୍କୁ ଶପଥ ପାଠ କରାଯାଇଥିଲା। ସହରର ବିଭିନ୍ନ ସ୍ଥାନ ଦେଇ ଯାଇଥିବା ଏହି ପଦଯାତ୍ରା ଜନସାଧାରଣଙ୍କ ମଧ୍ୟରେ ବେଶ୍ ସଚେତନତା ସୃଷ୍ଟି କରିଥିଲା।

Share

Leave a Reply