ଅନୁଗୁଳ : ତିନୋଟି କୃଷି ଆଇନ୍ ପ୍ରତ୍ୟାହାର ଘୋଷଣାପରେ ଏସୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ଶୁକ୍ରବାର ବିଜୟ ଶୋଭାଯାତ୍ରା କରାଯାଇଛି। କେନ୍ଦ୍ରର ବିଜେପି ସରକାର ତିନୋଟି କଳା କୃଷି ଆଇନ୍କୁ ପ୍ରତ୍ୟାହାର ଘୋଷଣା କରିଛନ୍ତି। ଏଥିପାଇଁ ଏସୟୁସିଆଇ(କମ୍ୟୁନିଷ୍ଟ)ର ସାଧାରଣ ସମ୍ପାଦକ ପ୍ରଭାସ ଘୋଷ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ଯେ, ଐତିହାସିକ କୃଷିକ ଆନ୍ଦୋଳନର ବିରାଟ ବିଜୟ ଯାହା ପୁଣିଥରେ ପ୍ରମାଣ କରିଛି। କେବଳ ମାତ୍ର ଅବିକଳ, ପ୍ରତିଜ୍ଞାବଦ୍ଧ, ଲଗାତାର ଆନ୍ଦୋଳନ ହିଁ ପୁଞ୍ଜିପତି ଓ ବହୁଜାତୀୟ କମ୍ପାନୀର ସେବା କରୁଥିବା ଶାସକ ଦଳମାନଙ୍କର ମାରାତ୍ମକ ଯୋଜନାକୁ ପରାସ୍ତ କରିପାରିବ। ଦଳ ପକ୍ଷରୁ ଦେଶବ୍ୟାପୀ ବିଜୟ ଦିବସ ପାଳନ କରାଯଉଥିବା ବେଳେ ଶୁକ୍ରବାର ଅପରାହ୍ନରେ ବିଭିନ୍ନ ସ୍ଲୋଗାନ୍ ଦେଇ ସଂଗଠନର କର୍ମକର୍ତ୍ତମାନେ ଅନୁଗୁଳ ବଜାରରେ ଶୋଭାଯାତ୍ରା କରି ବିକ୍ଷୋଭକାରୀ ଚାଷୀ ଓ ଜନସାଧାରଣଙ୍କୁ ସଂଗ୍ରାମୀ ଅଭିନନ୍ଦନ ଜଣାଇଥିଲେ। ଏହି ଶୋଭାଯାତ୍ରାରେ ଜୟସେନ ମେହେର, ଭିକାରୀ ପ୍ରଧାନ, ବିଜୟାନନ୍ଦ ମଲ୍ଲିକ, ବ୍ରଜବନ୍ଧୁ ସାହୁ, କେଦାରନାଥ ସାହୁ, ନବକିଶୋର ପ୍ରଧାନ, ସୁବାସ ପ୍ରଧାନ, ମାନସ ପାଳ, ସଞ୍ଜୟ ସାହୁ, ସରୋଜିନୀ ନାୟକ, କୈଳାସ ସାହୁ, ପରମାନନ୍ଦ ସାହୁ ପ୍ରମୁଖ ସାମିଲ ଥିଲେ।
କୃଷି ଆଇନ୍ ପ୍ରତ୍ୟାହାର ଘୋଷଣା ପରେ ବିଜୟ ଶୋଭାଯାତ୍ରା
- Post published:November 20, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul