ଅନୁଗୁଳ: ଅନୁଗୁଳ ପୌରପାଳିକା ଅଧୀନରେ ୫୦୦ରୁ ଅଧିକ ଦୋକାନ ରହିଛି। ଏହି ଦୋକାନ ଗୁଡ଼ିକରୁ ଦୈନିକ ଶହଶହ କେଜି ପ୍ଲାଷ୍ଟିକ୍ ଆବର୍ଜନା ବାହାରୁଛି। ଦୋକାନୀମାନେ ଏହି ଆବର୍ଜନାକୁ ଦୋକାନ ସମ୍ମୁଖରେ ଫିଙ୍ଗି ଦେଉଛନ୍ତି ଅବା ଜାଳି ଦେଉଛନ୍ତି। ଫଳରେ ପରିବେଶ ପ୍ରଦୂଷିତ ହେଉଛି। ଆବର୍ଜନା ସବୁକୁ ଡଷ୍ଟବିନ୍ରେ ରଖି ଯଦି ସଫେଇ ଗାଡ଼ିକୁ ହସ୍ତାନ୍ତର ହୁଅନ୍ତା ତେବେ ଏଭଳି ପରିସ୍ଥିତି ଉପୁଜନ୍ତା ନାହିଁ। ଭୁବନେଶ୍ବରରେ ବିଏମ୍ସି ପକ୍ଷରୁ ଏଭଳି ଅମାନିଆ ଦୋକାନୀଙ୍କ ପାଇଁ ଦଣ୍ତବିଧାନ ବ୍ୟବସ୍ଥା ରହିଛି। ଅନୁଗୁଳରେ ମଧ୍ୟ ଏହା ଲାଗୁ କରିବାକୁ ସାଧାରଣରେ ଦାବି ହେଉଛି। ଅତୀତରେ କ୍ରିଷ୍ଣା ପ୍ଲାଷ୍ଟିକ୍ ପକ୍ଷରୁ ସହରର ପ୍ଲାଷ୍ଟିକ୍ ଆବର୍ଜନାକୁ ସ˚ଗ୍ରହ କରିନେବା ପାଇଁ ଉଦ୍ୟମ ହୋଇଥିଲା। କିନ୍ତୁ ପୂର୍ବ କାଉନ୍ସିଲ୍ରେ ଏହା କାର୍ଯ୍ୟକାରୀ ହୋଇପାରିନଥିଲା। ଏବେ ପ୍ଲାଷ୍ଟିକ୍ ଆବର୍ଜନା କେବଳ ବାୟୁ ପ୍ରଦୂଷଣ କରୁନାହିଁ, ଡ୍ରେନ୍ରେ ପଡ଼ି ଡ୍ରେନ୍ ଜାମ୍ ମଧ୍ଯ କରୁଛି। ପଲିଥିନ୍ ବ୍ୟବହାର ରୋକିବା ନେଇ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠନ ସାଙ୍ଗକୁ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି
ଅମାନିଆ ଦୋକାନୀ, ବଢୁଛି ପ୍ଲାଷ୍ଟିକ୍ ଆବର୍ଜନା
- Post published:December 27, 2020
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
