ଶାଶୁ ଘରକୁ ଛାଡ଼ିବାକୁ ଗଲା ବେଳେ ବାଇକକୁ ଧକ୍କା ଦେଲା ଟ୍ରକ: ଭଉଣୀ ମୃତ, ଭାଇ ଗୁରୁତର

You are currently viewing ଶାଶୁ ଘରକୁ ଛାଡ଼ିବାକୁ ଗଲା ବେଳେ ବାଇକକୁ ଧକ୍କା ଦେଲା ଟ୍ରକ: ଭଉଣୀ ମୃତ, ଭାଇ ଗୁରୁତର

ଅନୁଗୁଳ: ୫୫ନଂ ଜାତୀୟ ରାଜପଥର ନାଲକୋ ଥାନା ଅନ୍ତର୍ଗତ ସ୍ମେଲଟର ମେନ ଗେଟ ନିକଟରେ ଆଜି ଭୋରରୁ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି।

ସୂଚନା ମୁତାବକ, ତୁରଙ୍ଗ ଗାଁର ଦିଲ୍ଲୀପ ସାହୁ (୫୦), ଭଉଣୀ ଭାରତୀ ସାହୁ (୩୫) ଓ ତାଙ୍କ ପୁଅକୁ ବାଇକରେ ନେଇ ଶାଶୁ ଘର ଅମନା ଗାଁକୁ ଯାଉଥିଲେ। ନାଲକୋ ସ୍ମେଲଟର ମେନ ଗେଟ ପାଖାପାଖି ହେବା ବେଳକୁ ତାଙ୍କୁ ପଛରୁ ଏକ ଟ୍ୟାଙ୍କର ଧକ୍କା ଦେଇଥିଲା। ଧକ୍କାରେ ଭାରତୀ ତଳେ ପଡ଼ିବା ପରେ ଟ୍ୟାଙ୍କର ତାଙ୍କ ଉପରେ ଚଢ଼ିଯାଇଥିଲା। କିନ୍ତୁ ସୌଭାଗ୍ୟବଶତଃ ଦିଲ୍ଲୀପ ଓ ଭାରତୀଙ୍କ ପୁଅ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ।

ସ୍ଥାନୀୟ ଲୋକେ ଭାରତୀଙ୍କୁ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ଆହତ ଦ୍ବୟଙ୍କୁ ଚିକିତ୍ସା କରାଯାଇଛି। ଏ ନେଇ ନାଲକୋ ଥାନାରେ କେସ ନଂ୧୦୭/୨୦୨୪ରେ ଏକ ମାମଲା ରୁଜୁ ହୋଇଛି।

Share

Leave a Reply