ଅନୁଗୁଳ: ଆସନ୍ତା ଜାନୁୟାରୀ ୧୨ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ଅନୁଗୁଳ ଜିଲ୍ଲା ମହୋତ୍ସବ। ଏ ଅବସରରେ ସ୍ମରଣିକା ପ୍ରକାଶନ ହେବ। ଏଣୁ ଜିଲ୍ଲାର ଲେଖକ ଓ ଲେଖକାଙ୍କୁ ସ୍ମରଣିକା ନିମନ୍ତେ ଲେଖା ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।
ସୂଚନା ମୁତାବକ, ସ୍ମରଣିକା ପ୍ରକାଶନ ପାଇଁ ଚଳିତ ମାସ ତାରିଖରୁ ଆସନ୍ତା ଜାନୁୟାରୀ ୨ ତାରିଖ ମଧ୍ୟରେ ନିଜର ପ୍ରବନ୍ଧ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟକୁ ଇ-ମେଲ (cultureofficeangula gmail.co) ଯୋଗେ କିମ୍ବା ସିଧାସଳଖ ପଠାଇପାରିବେ। ଏହି ପ୍ରବନ୍ଧ ଗୁଡିକ ଅନୁଗୁଳ ଜିଲ୍ଲାର ସାହିତ୍ୟ, ସଂସ୍କୃତି ଏବଂ ଐତିହ୍ୟ ସହ ଜଡ଼ିତ ଥିବା ଆବଶ୍ୟକ ବୋଲି କୁହାଯାଇଛି।
ଅନୁଗୁଳ ଜିଲ୍ଲା ମହୋତ୍ସବ ନିମନ୍ତେ ପ୍ରକାଶିତ ହେବ ସ୍ମରଣିକା, ଡିସେମ୍ବର ୨୬ରୁ ଜାନୁୟାରୀ ୨ ମଧ୍ୟରେ ପଠାଇ ପାରିବେ ଲେଖା
