କୂଅରୁ ୧୦ ଫୁଟର ଅଜଗର ଉଦ୍ଧାର

You are currently viewing କୂଅରୁ ୧୦ ଫୁଟର ଅଜଗର ଉଦ୍ଧାର

ଅନୁଗୁଳ: ଅନୁଗୁଳ ବ୍ଲକ୍ ଚନ୍ଦ୍ରବାହାଳ ଗାଁ ଚଣ୍ଡୀମନ୍ଦିର ନିକଟ ଏକ ଖୋଲାକୂଅରୁ ଶୁକ୍ରବାର ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଗାଁ ‘ର କେତେକ ଲୋକ ଚଣ୍ଡୀମନ୍ଦିରକୁ ଯାଇଥିବା ବେଳେ କୂଅ ଭିତରେ ସାପଟିଏ ଛଟପଟ ହେଉଥିବା ଦେଖିଥିଲେ। ଗାଁର କିଛି ଯୁବକ କୁଅରେ ପଶି ୧୦ ଫୁଟର ଏକ ଅଜଗର ସାପ ଉଦ୍ଧାର କରିଥିଲେ। ଏହାକୁ ବନ ବିଭାଗ ଜଗୁଆଳିଙ୍କୁ ହସ୍ତାନ୍ତର କରାଯାଇଥିଲା । ଜଗୁଆଳି ସୁରକ୍ଷିତ ଭାବେ ଅଜଗରକୁ ଜଙ୍ଗଲରେ ଛାଡ଼ିଥିବା ଜଣାପଡ଼ିଛି।

 

Share

Leave a Reply