୧୦ମ ଅନୁଗୁଳ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ କଲର ବେଲ୍ଟ ପରୀକ୍ଷା

You are currently viewing ୧୦ମ ଅନୁଗୁଳ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ କଲର ବେଲ୍ଟ ପରୀକ୍ଷା

ଅନୁଗୁଳ : ଅନୁଗୁଳ ୧୦ମ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ କଲର ବେଲ୍ଟ ପରୀକ୍ଷା ଶୁକ୍ରବାର ସମାପ୍ତ ହୋଇଛି। ଅନଗୁଳ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଏହି ପରୀକ୍ଷାରେ ଜିଲ୍ଲାର ୫ଟି ଏକାଡେମିରୁ ୪୦ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅନୁଗୁଳ ଟାଏକୋଣ୍ଡୋ ସଂଘ ସମ୍ପାଦକ ଦୁଷ୍ୟନ୍ତ କୁମାର ନାଥଙ୍କ ତତ୍ୱବଧାନରେ ଅନୁଷ୍ଠିତ ପରୀକ୍ଷାରେ ଜାତୀୟ ବିଚାରକ ବିଶ୍ୱଜିତ ସାହୁ, ତାପସ୍ୱିନୀ ପ୍ରଧାନ, ଚିତ୍ତ ରଞ୍ଜନ ମହାନ୍ତ, ଫିରୋଜ ଭୋଇ, ଜାତିଖେଳାଳୀ ଯସଲିନ ସାହୁ, ପ୍ରଦୀପ କୁମାର ପ୍ରଧାନ ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କର ପରୀକ୍ଷା ନେଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଟାଏକୋଣ୍ଡୋ ସଂଘର ଉପସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଶାନ୍ତ କୁମାର ସିହ୍ନା, ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦେବତା, ଟାଏକୋଣ୍ଡୋ ସଂଘର ଉପସଭାପତି ପର୍ଶୁରାମ ଦାଶ, ଅନ୍ୟତମ ଅତିଥି ନିର୍ମଳ ଅଗ୍ରୱାଲ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ବେଲ୍ଟ ଓ ମାନପତ୍ର ପ୍ରଦାନ କରିଥିଲେ।

Share

Leave a Reply