ରାଜ୍ୟରେ ୧୭ ପ୍ରତିଶତ କିନ୍ନର ଭୋଟ ଦେବେ: ଅନୁଗୁଳ ଜିଲ୍ଲାରେ ମଧ୍ୟ ନଗଣ୍ୟ ଭୋଟର

0

ଅନୁଗୁଳ: ଚଳିତ ନିର୍ବାଚନରେ ରାଜ୍ୟରେ ୩୪୩୮ ଜଣ କିନ୍ନର ଭୋଟ ଦେବାକୁ ବୁଥକୁ ଯିବେ। ଏହା ସେମାନଙ୍କ ଲୋକ ସଂଖ୍ୟାର ୧୬.୯ ପ୍ରତିଶତ। ଗତ ୨୦୧୯ ନିର୍ବାଚନରେ କିନ୍ନର ଭୋଟରଙ୍କ ସଂଖ୍ୟା ୨୯୨୩ ଥିଲା।ସଦ୍ୟତମ ସ୍ଥିତି ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୬୦ କିନ୍ନର ଭୋଟର ଥିବାବେଳେ ବଲାଙ୍ଗୀରରେ ୨୭୫,ଗଞ୍ଜାମରେ ୨୭୩ ଓ କଟକରେ ୨୬୫ ଜଣ କିନ୍ନର ଭୋଟର ଅଛନ୍ତି।

୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ୨୦,୩୩୨ ଜଣ କିନ୍ନର ଅଛନ୍ତି। ୨୦୧୪ ମସିହାରୁ ସରକାର ଥାର୍ଡ ଜେଣ୍ଡର ବା କିନ୍ନରଙ୍କୁ ସାମ୍ବିଧାନିକ ମର୍ଯ୍ୟାଦା ଦେଲେ। ଏହା ପୂର୍ବରୁ ଅନେକ କିନ୍ନରଙ୍କ ଭୋଟର କାର୍ଡରେ ପୁରୁଷ କିମ୍ବା ମହିଳା ଭାବେ ଦର୍ଶା ଯାଇଛି। କିନ୍ନରଙ୍କ ଉପରେ କାର୍ଯ୍ୟ କରୁଥିବା ଗୋଟିଏ ଏନଜିଓ ର ଅଧିକାରୀଙ୍କ ମତ ଅନୁସାରେ ଅନୁଗୁଳ ଜିଲ୍ଲାରେ ପ୍ରାୟ ୨୦୦ ଶହ କିନ୍ନର ଭୋଟର ଅଛନ୍ତି କିନ୍ତୁ ସେମାନେ ପୁରୁଷ କିମ୍ବା ମହିଳା
ଭାବେ ନିଜକୁ ଦର୍ଶାଇଛନ୍ତି।

କିନ୍ନର ଭାବେ ସାର୍ଟିଫିକେଟ ଏବଂ ଭୋଟର କାର୍ଡ କରିବା ପାଇଁ ଆବଶ୍ୟକ ଦସ୍ତାବିଜ ସେମାନେ ଯୋଗାଡ କରି ପାରୁ ନାହାଁନ୍ତି ଏବଂ ଏ ଦିଗରେ ପ୍ରଶାସନ ମଧ୍ୟ ସେମାନଙ୍କୁ ଯେଭଳି ସଚେତନ କରିବା କଥା ତାହା କରି ପାରୁନାହିଁ। ଏ ଦୃଷ୍ଟି କୋଣରୁ ଅନୁଗୁଳ ଜିଲ୍ଲାରେ ପ୍ରାୟ ୭୦ ଜଣ କିନ୍ନର ଭୋଟର କାର୍ଡ କରିପାରିଛନ୍ତି।

ଏ ସମ୍ପର୍କରେ ସମାଜସେବୀ ଚିନ୍ମୟୀ ଦାସ କହିଛନ୍ତି କି ସେ କିନ୍ନର ମାନଙ୍କ ଆଧାର କାର୍ଡ କରିବା ପାଇଁ ବହୁ ଉଦ୍ୟମ କରିଛନ୍ତି। ଭୋଟର କାର୍ଡ ସମସ୍ୟାର ସମାଧାନ ପାଇଁ ନିର୍ବାଚନ ପରେ ସେ ନିଶ୍ଚୟ ଉଦ୍ୟମ କରିବେ। ଜିଲ୍ଲାର ଅନେକ କିନ୍ନର ସାର୍ଟିଫିକେଟ ଏବଂ ଭୋଟର କାର୍ଡ କରିପାରି ନ ଥିବାରୁ ସରକାରୀ ସୁବିଧା ସୁଯୋଗରୁ ମଧ୍ୟ ବଞ୍ଚିତ ହେଉଛନ୍ତି।

Leave A Reply

Your email address will not be published.

error: Content is protected !!