ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ପୀଡ଼ିତାକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ନିର୍ଦ୍ଦେଶ

You are currently viewing ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ପୀଡ଼ିତାକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ନିର୍ଦ୍ଦେଶ

ଅନୁଗୁଳ: ନାବାଳିକା ଅପହରଣ ଓ ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳର ଅତିରିକ୍ତ ଜିଲ୍ଲା ଜଜ ଫାଷ୍ଟ ଟ୍ରାକ କୋର୍ଟ।

ସୂଚନା ମୁତାବକ, ଗତ ୬. ୮. ୨୦୨୦ ରାତିରେ ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମର ଜଣେ ନାବାଳିକା ନିଜ ଘରୁ କେଉଁ ଆଡ଼େ ପଳାଇଯାଇଥିବା ନେଇ ନାବାଳିକାର ପରିବାର ପକ୍ଷରୁ ନାଲକୋ ନଗର ଥାନାରେ ଲିଖିତ ଏତଲା ଦେଇଥିଲେ। ପୋଲିସ ଏନେଇ ଏକ ମାମଲା ରୁଜୁ କରି ବିଭିନ୍ନ ଜାଗାରେ ଚଢ଼ଉ ଜାରି ରଖିଥିଲେ। ଏହି ସମୟରେ ସମ୍ପୃକ୍ତା ନାବାଳିକାକୁ କୁଲାଡ଼ ଗ୍ରାମର ଗଦାଧର ଭୂତିଆଙ୍କ ପୁଅ ରୁଦ୍ର ନାରାୟଣ ଭୁତିଆ (୨୫)ଅପହରଣ କରି ନେଇଯାଇଥିବାର ଖବର ପାଇଥିଲେ।

ପୋଲିସ ଚଢ଼ଉ କରି ସମ୍ପୃକ୍ତା ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ରୁଦ୍ର ନାରାୟଣ ଭୂତିଆ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ତେବେ ଆଜି ଅତିରିକ୍ତ ଜିଲ୍ଲା ଜଜ ଫାଷ୍ଟ ଟ୍ରକ କୋର୍ଟ ବିରଞ୍ଚି ନାରାୟଣ ମିଶ୍ର ମାମଲାର ଶୁଣାଣି କରି ୧୨ ଜଣ ସାକ୍ଷୀ ପ୍ରମାଣ ଆଧାରରେ ଅଭିଯୁକ୍ତ ରୁଦ୍ର ନାରାୟଣ ଭୂତିଆକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୩୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଶୁଣାଣି କରିଛନ୍ତି। ଏଥିସହ ପୀଡ଼ିତାକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ପ୍ରଦୀପ କୁମାର ଭୂତିଆ ମାମଲା ପରିଚାଳନା କରୁଥିଲେ।

Share

Leave a Reply