ଫାର୍ମହାଉସରୁ ବିଶାଳ ଅଜଗର ଉଦ୍ଧାର, ଜଙ୍ଗଲରେ ଛାଡ଼ିଲା ରେସ୍‌କ୍ୟୁ ଟିମ୍‌

You are currently viewing ଫାର୍ମହାଉସରୁ ବିଶାଳ ଅଜଗର ଉଦ୍ଧାର, ଜଙ୍ଗଲରେ ଛାଡ଼ିଲା ରେସ୍‌କ୍ୟୁ ଟିମ୍‌

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ କଣିହା ରେଞ୍ଜ୍‌ରୁ ବିଶାଳ ଅଜଗର ଉଦ୍ଧାର। ଗୁରୁବାର ପୂର୍ବାହ୍ନରେ ରେଙ୍ଗାଳି ସେକ୍ସନର ରେଙ୍ଗାଳି ବିଟ୍‌ସ୍ଥିତ ‘ଦେନାଲି ଚିକେନ୍ ଫାର୍ମହାଉସ୍‌’ ମଧ୍ୟରୁ ଏକ ବିଶାଳ ଅଜଗର ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଫାର୍ମହାଉସରେ ସାପଟିକୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ ଏବଂ ଏ ନେଇ ତୁରନ୍ତ ବନ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ସ୍ନେକ୍ ହେଲ୍‌ପଲାଇନ୍ ଏବଂ ବନ ବିଭାଗର ଏକ ମିଳିତ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସ୍ନେକ୍ ହେଲ୍‌ପଲାଇନର ସଦସ୍ୟ ବିଭୂତି ମହାପାତ୍ର ଓ ବିଶ୍ୱନାଥ ସାହୁଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଏହି ଅପରେସନ୍‌ ଚାଲିଥିଲା।

ଏହି ଟିମ୍‌ରେ ବନରକ୍ଷୀ ସୁପ୍ରଭା ସ୍ୱାଇଁ, ସଂଗ୍ରାମ ଭଟ୍ଟା ଏବଂ ହାତୀ ସ୍କ୍ୱାଡ୍‌ର କର୍ମଚାରୀ ଶରତ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ସାମିଲ ହୋଇ ସାପଟିକୁ କୌଣସି କ୍ଷତି ନପହଞ୍ଚାଇ କୌଶଳର ସହ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ଅଜଗର ସାପଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିବା ପରେ ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାକୁ ରେଙ୍ଗାଳି କେ.ଏଫ୍. ଅଞ୍ଚଳର ଏକ ନିରାପଦ ପ୍ରାକୃତିକ ଆବାସସ୍ଥଳୀରେ ମୁକ୍ତ କରାଯାଇଛି।

Share

Leave a Reply